ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ଭାରତରେ Redmi 9 Power ଲଞ୍ଚ୍ କରିଛି। ଏହି ସ୍ମାର୍ଟଫୋନରେ କ୍ଵାଡ୍ ରିୟର କ୍ୟାମେରା ସେଟଅପ୍ ସହ ଅକ୍ଟାକୋର କ୍ଵାଲକମ୍ ସ୍ନାପଡ୍ରାଗନ୍ ୬୬୨ ପ୍ରୋସେସର ଦିଆଯାଇଛି। ଏଥିସହ ଗ୍ରାହକଙ୍କୁ ଆହୁରି ଅନେକ ଦମଦାର୍ ଫିଚର ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଫିଚର

ସାଓମିର ଏହି ଫୋନରେ ଡୁଆଲ ନାନୋ ସିମ୍ ସପୋର୍ଟ ଦିଆଯାଇଛି। ଏହି ଫୋନ୍ ଆଣ୍ଡ୍ରଏଡ୍ ୧୦ ଆଧାରିତ MIUI 12ରେ ଚାଲୁଛି। ଏଥିସହ ୧,୮୦୦x୨,୩୪୦ ପିକ୍ସେଲ ବିଶିଷ୍ଟ ୬.୫୩ ଇଞ୍ଚ୍‌ର ଫୁଲ୍ ଏଚ୍‌ଡି ପ୍ଲସ୍ ଡଟ୍ ଡ୍ରପ୍ ଡିସପ୍ଲେ ମିଳୁଛି। ଏହାଛଡ଼ା ଏହି ସ୍ମାର୍ଟଫୋନରେ କୋର୍ନିଙ୍ଗ୍ ଗରିଲା ଗ୍ଲାସ ୩ ପ୍ରୋଟେକ୍ସନ ମଧ୍ୟ ଦିଆଯାଇଛି।

Redmi 9 Powerରେ ୪ଜିବି LPDDR4X ରାମ୍ ଓ Adreno 610 GPU ସହିତ ଅକ୍ଟାକୋର କ୍ଵାଲକମ୍ ସ୍ନାପଡ୍ରାଗନ୍ ୬୬୨ ପ୍ରୋସେସର ମିଳୁଛି।ଷ୍ଟୋରେଜ୍ ଓ ଦାମ୍

Redmi 9 Power ଦୁଇଟି ମଡେଲରେ ଉପଲବ୍ଧ ହେଉଛି। ୪ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ବିଶିଷ୍ଟ ମଡେଲଟି ୧୦,୯୯୯ ଟଙ୍କାରେ ଉପଲବ୍ଧ ହେଉଛି। ସେହିପରି ୪ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ବିଶିଷ୍ଟ ମଡେଲର ମୂଲ୍ୟ ୧୧,୯୯୯ ଟଙ୍କା ରଖାଯାଇଛି।କ୍ୟାମେରା

ଫଟୋଗ୍ରାଫି ପାଇଁ ଏହି ଫୋନ୍‌ରେ କ୍ଵାଡ୍ କ୍ୟାମେରା ସେଟଅପ୍ ମିଳୁଛି। ଏଥିରେ ୪୮ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା, ୮ ମେଗାପିକ୍ସେଲର ଅଲଟ୍ରା ଓ୍ଵାଇଡ୍ ଆଙ୍ଗେଲ କ୍ୟାମେରା, ୨ ମେଗାପିକ୍ସେଲର ମାକ୍ରୋ କ୍ୟାମେରା ଓ ମେଗାପିକ୍ସେଲର ଡେପ୍‌ଥ କ୍ୟାମେରା ଦିଆଯାଇଛି।

ସେହିପରି ସେଲ୍ଫି ଓ ଭିଡିଓ କଲିଂ ପାଇଁ ଏଥିରେ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମିଳୁଛି। ଏହି ଫୋନରେ AI ଫେସ୍ ଅନଲକ୍ ସୁବିଧା ମଧ୍ୟ ରହିଛି।ବ୍ୟାଟେରି ଓ କନେକ୍ଟିଭିଟି

ଏହି ଫୋନରେ ୬,୦୦୦mAhର ବ୍ୟାଟେରି ମିଳୁଛି। ଏହା ସହିତ ୧୮ ଓ୍ଵାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ବି ପ୍ରଦାନ କରାଯାଉଛି। କନେକ୍ଟିଭିଟି ପାଇଁ ଏଥିରେ ୪ଜି ଭୋଲଟି, ଡୁଆଲ ବ୍ୟାଣ୍ଡ ଓ୍ଵାଇ ଫାଇ, ବ୍ଲୁଟୁଥ୍ ଭି୫.୦, ଜିପିଏସ୍/ଏ-ଜିପିଏସ୍, ଇନଫ୍ରାରେଡ୍ ବ୍ଲାଷ୍ଟର, ୟୁଏସବି ଟାଇପ୍-ସି ଓ ଏକ ୩.୫ ଏମ୍‌ଏମ୍‌ର ହେଡଫୋନ୍ ଜ୍ୟାକ୍ ସପୋର୍ଟ ମଧ୍ୟ ଦିଆଯାଇଛି। Redmi 9 Powerରେ ଷ୍ଟେରିଓ ସ୍ପିକର ଓ ସାଇଡ-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ମିଳୁଛି।

Comment