ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ କମ୍ପାନି ଭିଭୋ ଭାରତରେ ନିଜର ନୂଆ ୫ଜି ଫୋନ ଲଞ୍ଚ୍ କରିଛି। ଏହି ଫୋନର ନାଁ ରହିଛି Vivo V20 Pro। ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୬୫ଜି ପ୍ରୋସେସର ସହିତ ଡୁଆଲ ସେଲ୍ଫି କ୍ୟାମେରା ମିଳୁଛି। ଏହାଛଡ଼ା ଆହୁରି ଅନେକ ଆକର୍ଷଣୀୟ ଫିଚର ପ୍ରଦାନ କରାଯାଉଛି।

ଫିଚର

Vivo V20 Proରେ ୬.୪୪ ଇଞ୍ଚର ଫୁଲ ଏଚଡି ଆମୋଲେଡ୍ ଡିସପ୍ଲେ ଦିଆଯାଇଛି। ଫୋନର ମୋଟେଇ ହେଉଛି ୭.୩୯ଏମଏମ। ତେବେ ଏହି ଫୋନ ସବୁଠୁ ପତଳା ୫ଜି ସ୍ମାର୍ଟଫୋନ ବୋଲି କମ୍ପାନି ଦାବି କରିଛି। ଭିଭୋର ଏହି ଫୋନ ଆଣ୍ଡ୍ରଏଡ୍ ୧୧ ଆଧାରିତ ଫନ୍ ଟଚ୍ ଓଏସ୍ ଆଉଟ୍ ଅଫ୍ ଦି ବକ୍ସରେ କାମ କରୁଛି। ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୬୫ଜି ପ୍ରୋସେସର ମିଳୁଛି। ଏହି ଫୋନ ମିଡନାଇଟ ଜାଜ୍ ଓ ସନସେଟ୍ ମେଲୋଡି ପରି ଦୁଇଟି ରଙ୍ଗରେ ଉପଲବ୍ଧ ହେଉଛି।

ଷ୍ଟୋରେଜ୍ ଓ ଦାମ୍

Vivo V20 Pro ସ୍ମାର୍ଟଫୋନରେ ୮ ଜିବି ରାମ୍ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ଦିଆଯାଉଛି। ବର୍ତ୍ତମାନ ଏହି ଫୋନ ୨୯,୯୯୦ ଟଙ୍କାରେ ବିକ୍ରି ହେଉଛି।କ୍ୟାମେରା

ଫୋନର ଡିଜାଇନ୍ ଏବଂ କ୍ୟାମେରା ସେଟଅପ୍ ଗ୍ରାହକଙ୍କୁ ବେଶୀ ଆକର୍ଷିତ କରୁଛି। Vivo V20 Proରେ ତିନୋଟି ରିୟର କ୍ୟାମେରା ଦିଆଯାଇଛି। ଏଥିସହ ଡୁଆଲ ସେଲ୍ଫି କ୍ୟାମେରା ମିଳୁଛି।

ଏହି ଫୋନରେ ୬୪ ମେଗାପିକ୍ସେଲର ପ୍ରାଇମେରି ସେନ୍ସର ମିଳୁଛି। ସେହିପରି ଦ୍ୱିତୀୟ କ୍ୟାମେରାରେ ୮ ମେଗାପିକ୍ସେଲ ଓ ତୃତୀୟ କ୍ୟାମେରାରେ ୨ ମେଗାପିକ୍ସେଲର ସେନ୍ସର ଦିଆଯାଇଛି। ସେଲ୍ଫି ପାଇଁ Vivo V20 Pro ଫୋନରେ ୪୪ ମେଗାପିକ୍ସେଲ ଓ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମିଳୁଛି।ବ୍ୟାଟେରି ଓ କନେକ୍ଟିଭିଟି

ଏହି ଫୋନରେ ୪,୦୦୦ ଏମଏଏଚର ବ୍ୟାଟେରି ଦିଆଯାଇଛି। ଏହା ସହିତ ୩୩ ଓ୍ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳୁଛି। ସେହିପରି କନେକ୍ଟିଭିଟି ପାଇଁ ଏଥିରେ ୫ଜି, ୪ଜି LTE, ଓ୍ୱାଇ-ଫାଇ, ଜିପିଏସ୍, NacIC ଓ ଟାଇପ୍-ସି ପୋର୍ଟ ଆଦି ଦିଆଯାଉଛି।

Comment