ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ଏଚ୍‌ଏମ୍‌ଡି ଗ୍ଲୋବାଲ ନିକଟରେ ଭାରତରେ Nokia 2.2 ଏବଂ Nokia 3.2 ନାମରେ ଦୁଇଟି ସ୍ମାର୍ଟଫୋନ ଲଞ୍ଚ୍‌ କରିଥିଲା। କମ୍ପାନି Nokia 2.2 ସ୍ମାର୍ଟଫୋନ୍‌ର ଦାମ୍‌ ଉପରେ ପ୍ରାୟ ୧୭୦୦ ଟଙ୍କାର ରିହାତି ଘୋଷଣା କରିଛି। ଏହି ସ୍ମାର୍ଟଫୋନର ନୂଆ ଦାମ୍‌ ହେଉଛି ୫,୯୯୯ ଟଙ୍କା। ଏନେଇ ଏଚ୍‌ଏମ୍‌ଡି ଗ୍ଲୋବାଲର ଇଣ୍ଡିଆ ଅଜୟ ମେହଟା ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Nokia 2.2 ସ୍ମାର୍ଟଫୋନ୍‌ର 2GB ରାମ୍‌ ଭାରିଏଣ୍ଟର ମୂଲ୍ୟ ୫,୯୯୯ ଟଙ୍କା ହୋଇଥିବା ବେଳେ 3GB ରାମ୍‌ ଭାରିଏଣ୍ଟର ମୂଲ୍ୟ ୬,୯୯୯ଟଙ୍କା ରହିଛି। ଏହି ନୂଆ ଦାମ୍‌ରେ Nokia 2.2 ସ୍ମାର୍ଟଫୋନ୍‌କୁ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟ ଏବଂ ନୋକିଆ ଇଣ୍ଡିଆ ୱେବସାଇଟ୍‌ରୁ ଗ୍ରାହକ କିଣି ପାରିବେ।

ବଜାରରେ ବର୍ତ୍ତମାନ ରିୟଲମି ସି୨, ଆସସ୍‌ ଜେନ୍‌ ଫୋନ୍‌ ମ୍ୟାକ୍ସ ଏମ୍‌-୧ ଏବଂ ରେଡ୍‌ମି ୮ ଭଳି ସ୍ମାର୍ଟଫୋନ୍‌ Nokia 2.2କୁ ଟକ୍କର ଦେଉଛି।

Nokia 2.2 ସ୍ମାର୍ଟଫୋନ୍‌ର ସ୍ପେସିଫିକେସନ

  • ୫.୭୧ ଇଞ୍ଚ୍‌ ଏଚ୍‌ଡି ପ୍ଲସ୍‌ ଡିସ୍‌ପ୍ଲେ
  • ଆଣ୍ଡ୍ରଏଡ୍‌ ୯ ପାଇ ଭର୍ସନ
  • ୱାଟର ଡ୍ରପ୍‌ ନଚ୍‌
  • କ୍ୱାଡ୍‌କୋର ମିଡିଆ ଟେକ୍‌ ହେଲିଓ ଏ୨୨ ପ୍ରୋସେସର
  • ୧୩ ମେଗାପିକ୍ସେଲ ରିୟର କ୍ୟାମେରା
  • ୫ ମେଗାପିକ୍ସେଲ ସେଲ୍‌ଫି କ୍ୟାମେରା
  • ୩ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ

Comment