ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଚିରଞ୍ଜିବୀଙ୍କ ପୁଅ ରାମଚରଣ ଟଲିଉଡର ସବୁଠୁ ଧନୀ ଅଭିନେତା। ୨୦୦୭ରେ ଫିଲ୍ମ ‘ଚିରୂଥା’ରୁ କ୍ୟାରିୟର ଆରମ୍ଭ କରିଥିବା ରାମଚରଣଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ ତାଙ୍କ ବାପାଙ୍କ ଭଳି। ଜଣେ ସଫଳ ଅଭିନେତା ହେବା ସହ ରାମଚରଣ ଜଣେ ସଫଳ ବିଜନେସ ମ୍ୟାନ ମଧ୍ୟ।

ହାଇଦ୍ରାବାଦର ଜୁବଲି ହିଲ୍‌ସର ପ୍ରାଇମ୍‌ ଲୋକେସନରରେ ରାମଚରଣଙ୍କ ବଙ୍ଗଳା ରହିଛି। ଯାହାର ଦାମ୍‌ ୩୮ କୋଟି। ସାଉଥ୍‌ ଇଣ୍ଡଷ୍ଟ୍ରିର ଅନ୍ୟ କୌଣସି ଷ୍ଟାରଙ୍କ ପାଖରେ ଏମିତି ବଙ୍ଗଳା ନାହିଁ।

ରାମଚରଣଙ୍କ ଗୋଟିଏ ଫିଲ୍ମକୁ ୧୨ରୁ ୧୫ କୋଟି ନେଇଥାନ୍ତି।

ରାମଚରଣଙ୍କ ନିଜର ପ୍ରଡକ୍ସନ ହାଉସ୍‌ ମଧ୍ୟ ରହିଛି। ସେ ଦୁଇଟି ତାମିଲ ଫିଲ୍ମ ନିଜେ ପ୍ରଡ୍ୟୁସ କରିଛନ୍ତି। ରାମଚରଣ ଭଲ ଗୀତ ମଧ୍ୟ ଗାଆନ୍ତି। ତାମିଲ ଫିଲ୍ମ ତୁଫାନରେ ରାମଚରଣ କଣ୍ଠଦାନ କରିଛନ୍ତି। ଫିଲ୍ମ ଜଞ୍ଜିର ଜରିଆରେ ସେ ବଲିଉଡ ଡେବ୍ୟୁ କରିଥିଲେ।

ଆଗାମୀ ଦିନରେ ତାଙ୍କୁ ଫିଲ୍ମ ଆର୍‌ଆର୍‌ଆର୍‌ରେ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମରେ ତାଙ୍କ ସହ ଜୁନିଅର୍‌ ଏନଟିଆର୍‌ ମଧ୍ୟ ନଜର ଆସିବେ।

LEAVE A REPLY

Please enter your comment!
Please enter your name here