ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘RRR’ର ରିଲିଜ୍ ତାରିଖ ଘୋଷଣା ହୋଇଛି। ସାଉଥ୍‌ ସୁପରଷ୍ଟାର ରାମଚରଣ ଓ ଜୁନିୟର ଏନଟିଆର୍‌ଙ୍କ ଅଭିନୀତ ‘RRR’ ୨୦୨୧ ଅକ୍ଟୋବର ୧୩ ତାରିଖ ରିଲିଜ୍ ହେବ। ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ସୋମବାର ସାସିଆଲ ମିଡିଆରେ ଫିଲ୍ମର ନୂଆ ପୋଷ୍ଟର ସେୟାର କରିବା ସହିତ ରିଲିଜ ତାରିଖର ସୂଚନା ଦେଇଛନ୍ତି।

ରାମଚରଣ ଏବଂ ଜୁନିୟର ଏନଟିଆରଙ୍କ ବ୍ୟତୀତ ଅଜୟ ଦେବଗନ, ଶ୍ରୀୟା ସରନ ଓ ଆଲିଆ ଭଟ୍ଟ ପ୍ରମୁଖ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଡିଭିଭି ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟତ ପ୍ରଥମେ ୨୦୨୧ ଜାନୁଆରି ୮ରେ ରିଲିଜ୍  ହେବାର ଥିଲା। ମାତ୍ର କରୋନା ଭାଇରସ୍ ଓ ଲକ୍‌ଡାଉନ୍ ଯୋଗୁଁ ଏହି ଫିଲ୍ମ ରିଲିଜ ହୋଇପାରିନଥିଲା।

୪୫୦ କୋଟି ଟଙ୍କା ବଜେଟରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ ଓ କନ୍ନଡ ଭାଷାରେ ରିଲିଜ୍ ହେବ। ‘ବାହୁବଳୀ’ ପରେ ରାଜମୌଲୀଙ୍କ ଏହି ଫିଲ୍ମ ଆଉ ଏକ ସୁପରହିଟ ଫିଲ୍ମ ହେବ ବୋଲି ପୁରା ଟିମ୍‌ ଆଶାବାଦୀ ଅଛନ୍ତି।

Comment