ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଉଥ୍‌ ଫିଲ୍ମରେ ବେଶ ନାଁ କରିଛନ୍ତି ଅଭିନେତା ଜୁନିଅର ଏନ୍‌ଟିଆର। ଫିଲ୍ମରେ ତାଙ୍କର ଦମଦାର ଡାଇଲଗ୍‌ ପରିବେଷଣ ଓ ଆକ୍ସନ ପାଇଁ ସେ ଅନେକଙ୍କ ମନ କିଣିଛନ୍ତି। ୧୯୮୩ରେ ହାଇଦ୍ରାବାଦରେ ଜନ୍ମିତ ଏହି ଲୋକପ୍ରିୟ ଅଭିନେତା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ନାତି। ୧୯୯୬ରେ ତେଲୁଗୁ ଫିଲ୍ମ ‘ରାମାୟଣମ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏବେ ସେ ଫିଲ୍ମ ଦୁନିଆଁର ଜଣେ ଜଣାଶୁଣା ଅଭିନେତା।

ଫିଲ୍ମ ଦୁନିଆଁରେ ବେଶ ଲୋକପ୍ରିୟତା ହାସଲ କରିଥିଲେ ମଧ୍ୟ ଏନଟିଆରଙ୍କ ବିଷୟରେ ଏବେ ବି ଦର୍ଶକ କିଛି ସାଧାରଣ କଥା ଜାଣିନଥିବେ।

ପ୍ରକୃତରେ ଏନଟିଆରଙ୍କ ନାମ ନନ୍ଦମୂରୀ ତାରକ ରାମା ରାଓ। ତାଙ୍କୁ ଦର୍ଶକ ଜୁନିୟର ଏନଟିଆର ନାଁରେ ଜାଣନ୍ତି।

  • ଏନ୍‌ଟିଆରଙ୍କୁ ତାଙ୍କ ଘରେ ତାରକ ବୋଲି ଡାକନ୍ତି।
  • ଏନଟିଆରଙ୍କ ନାମ ବହୁ ଅଭିନେତ୍ରୀଙ୍କ ସହ ଯୋଡ଼ି ହୋଇଥିଲେ ମଧ୍ୟ ଆରେଞ୍ଜ ମ୍ୟାରେଜ କରିଥିଲେ।
  • ଏନଟିଆରଙ୍କ ପ୍ରଥମ ବିବାହ ଅସଫଳ ହେବା ପରେ ସେ ୨୦୧୧ରେ ଦ୍ୱିତୀୟ ବିବାହ କରିଥିଲେ।
  • ଏନଟିଆରଙ୍କ ପତ୍ନୀଙ୍କ ନାମ ଲକ୍ଷ୍ମୀ ପ୍ରନଥୀ।
  • ଏନଟିଆରଙ୍କ ଦୁଇ ପୁଅ ଅଛନ୍ତି। ୨୦୧୪ରେ ତାଙ୍କ ପ୍ରଥମ ପୁଅ ଅଭୟ ରାମ ଜନ୍ମ ନେଇଥିଲେ।
  • ଆଗାମୀ ଦିନରେ ଅଭିନେତା ରାମଚରଣଙ୍କ ସହ ଫିଲ୍ମ ଆରଆର୍‌ଆର୍‌ରେ ନଜର ଆସିବେ ଜୁନିୟର ଏନ୍‌ଟିଆର୍‌।

Comment