ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟ୍ ସହ ଫିଲ୍ମ ଇଣ୍ଡଷ୍ଟ୍ରୀ ସମ୍ପର୍କ ବିଷୟରେ ଆପଣ ଜାଣିଥିବେ। ନିକଟରେ ଅନେକ କ୍ରିକେଟରମାନଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ ମଧ୍ୟ ନିର୍ମାଣ ସରିଲାଣି। ଏବେ ଏହି ଲିଷ୍ଟରେ ସାମିଲ ହେବାକୁ ଯାଉଛନ୍ତି ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥୟା ମରଲୀଧରନ।

ମୁଥୟାଙ୍କ ବାୟୋପିକକୁ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ। ଯେଉଁଥିରେ ମୁଥୟାଙ୍କ ଚରିତ୍ରରେ ଅଭିନୟ କରିବେ ସାଉଥ୍ ସୁପରଷ୍ଟାର ବିଜୟ ସେତୁପତି। ଏନେଇ ନିଜେ ବିଜୟ ଟୁଇଟ୍ କରି ସୂଚନା ଦେଇଛନ୍ତି।ମୁଥୟା ମୁରଲୀଧରନ ବିଶ୍ୱ କ୍ରିକେଟରେ ଜଣେ କିମ୍ବଦନ୍ତୀ ସ୍ପିନ୍ ବୋଲର। ସେ ଟେଷ୍ଟରେ ମୋଟ ୮୦୦ଟି ୱିକେଟ୍ ନେଇଛନ୍ତି। ଯାହାକୁ ଆଜି ପର୍ଯ୍ୟନ୍ତ କେହି ବି ଅତିକ୍ରମ କରିପାରିନାହାନ୍ତି। ତେଣୁ ଏହି ‘୮୦୦’ ନାଁରେ ବିଜୟ ସେତୁପତି ଫିଲ୍ମ ନିର୍ମାଣ କରି ମୁଥୟାଙ୍କ ଜୀବନ କାହାଣୀ ଦେଖେଇବେ ବୋଲି ଜଣାପଡ଼ିଛି।ଏନେଇ ବିଜୟ ଟୁଇଟ୍ କରି ଲେଖିଛନ୍ତି ଯେ, ଏଭଳି ଏକ କାମରେ ଯୋଡ଼ି ହୋଇ ଗର୍ବ ଅନୁଭବ କରୁଛି। ତା ସହିତ ସେ ଏକ ଫଟୋ ମଧ୍ୟ ସେଆର୍ କରିଛନ୍ତି। ଯେଉଁଥିରେ ମୁଥୟାଙ୍କ ଚରିତ୍ରରେ ବିଜୟ ସେତୁପତି ଆସୁଛନ୍ତି ବୋଲି ଲେଖାହୋଇଛି। ଏନେଇ ଅନେକ ଇଣ୍ଟରଭ୍ୟୁରେ ମଧ୍ୟ ବିଜୟ ସେତୁପତି ସୂଚନା ଦେଇଥିଲେ। ହେଲେ ଗୁରୁବାର ଏହି କଥା ସ୍ପଷ୍ଟ  ହୋଇଯାଇଛି।

 

Comment