ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭଗବାନ ବୁଦ୍ଧ, ଯାହାଙ୍କୁ ଆମେ ଗୌତମ ବୁଦ୍ଧ ବୋଲି ସମସ୍ତେ ଜାଣିଛେ। ତାଙ୍କର ମୃତ୍ୟୁ ଖୀଷ୍ଟପୂର୍ବ ୪୮୩ରେ ହୋଇଥିଲା। ତେବେ ଏବେ ବି ଶ୍ରୀଲଙ୍କାର ଏକ ମନ୍ଦିରରେ ତାଙ୍କର ଦାନ୍ତ ପୂଜା ପାଉଥିବା ଦାବି ହେଉଛି।

ଶ୍ରୀଲଙ୍କାର କାଣ୍ଡି ସହରରେ ଭଗବାନ ବୁଦ୍ଧଙ୍କ ଏହି ମନ୍ଦିରଟି ଅବସ୍ଥିତ। ଏହି ମନ୍ଦିରକୁ ଦାନ୍ତ ମନ୍ଦିର ବୋଲି ମଧ୍ୟ କୁହାଯାଏ। ପୂର୍ବରୁ ରାଜାରାଜୁଡ଼ା ଶାସନ ସମୟରେ ଶ୍ରୀଲଙ୍କାର ରାଜଧାନୀ ଥିବା ଏହି କାଣ୍ଡି ସହରରେ ଏହି ମନ୍ଦିର ନିର୍ମାଣ କରାଯାଇଛି।କୁହାଯାଏ ଯେ, ଯେତେବେଳ ଗୌତମ ବୁଦ୍ଧ ନିଜର ଦେହତ୍ୟାଗ କରିଥିଲେ। ସେତେବେଳେ ତାଙ୍କର ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କର ଜଣେ ଅନୁଗାମୀ ବୁଦ୍ଧଙ୍କ ଦାନ୍ତ ଆଣି ରାଜା ବହ୍ମଦତ୍ତଙ୍କୁ ଦେଇଥିଲେ। ଏହି ଦାନ୍ତଙ୍କୁ ପାଇବା ପାଇଁ ସେତେବେଳେ ଅନେକ ଯୁଦ୍ଧ ହୋଇଥିଲା। ଶେଷରେ ବୁଦ୍ଧଙ୍କର ଆଉ ଜଣେ ଅନୁଗାମୀ ଏହି ଦାନ୍ତଟିକୁ  ଶ୍ରୀଲଙ୍କା ନେଇଯାଇଥିଲେ।

ସେଠାକାର କାଣ୍ଡି ରାଜା ସେଠାରେ ଏହି ଦାନ୍ତର ପୂଜା କରିବା ପାଇଁ ଏହି ବିଶାଳ ମନ୍ଦିରର ନିର୍ମାଣ କରିଥିଲେ। ସେବେଠାରୁ ଏହି ମନ୍ଦିରରେ ଗୌତମ ବୁଦ୍ଧଙ୍କର ଦାନ୍ତ ପୂଜା ପାଉଛି।

Comment