ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ଵକପର ୨୬ତମ ମ୍ୟାଚରେ ଶୁକ୍ରବାର ଘରୋଇ ଇଂଲଣ୍ଡ ଦଳ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୩୨ ରନ୍‌ ସଂଗ୍ରହ କରିଛି। ବର୍ତ୍ତମାନ ଇଂଲଣ୍ଡ ଆଗରେ ୨୩୩ ରନ୍‌ର ବିଜୟ ଲକ୍ଷ୍ୟ।

ଲିଡ୍ସରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଆରମ୍ଭରୁ ଟିମ୍‌ ଇଣ୍ଡିଆର ବିପର୍ଯ୍ୟୟ ଘଟିଥିଲା। ଦଳ ପକ୍ଷରୁ ଆଞ୍ଜେଲୋ ମାଥ୍ୟୁସ୍ ସର୍ବାଧିକ ୮୫ ରନ୍ କରି ଅପରାଜିତ ରହିଥିବା ବେଳେ ଅଭିସ୍କା ଫର୍ଣ୍ଣାଣ୍ଡୋ (୪୯) ଓ କୁଶଲ ମେଣ୍ଡିସ୍ (୪୬) ରନ୍‌ ସଂଗ୍ରହ କରିଛନ୍ତି।

ଅନ୍ୟପକ୍ଷରେ ଘରୋଇ ଇଂଲଣ୍ଡର ବୋଲିଂରେ ଘାଇଲା ହୋଇଥିଲେ ଲଙ୍କା ଟିମ୍‌। ଦଳ ପକ୍ଷରୁ ଜୋଫ୍ରା ଆଚେର ଏବଂ ମାର୍କ ଉଡ୍‌ ସର୍ବାଧିକ ୩ଟି ଲେଖାଏଁ ୱିକେଟ୍। ସେହିପରି ଆଦିଲ ରସିଦ ଏବଂ କ୍ରିସ୍‌ ୱେକ୍ସ ଯଥାକ୍ରମେ ୨,୧ ୱିକେଟ୍ ନେଇଛନ୍ତି। ବର୍ତ୍ତମାନ ଇଂଲଣ୍ଡ ଟିମ୍‌କୁ ଜିତିବା ପାଇଁ ୨୩୩ ରନ୍‌ର ବିଜୟ ଲକ୍ଷ।

Comment