ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ଏହି ମ୍ୟାଚରେ ନିଜର ଅପରାଜୟର ଧାରାକୁ ବଜାୟ ରଖିବାକୁ ପ୍ରସ୍ତୁତ ହୋଇଛି ଟିମ୍ ଇଣ୍ଡିଆ। କୋଲକାତାର ଇଡେନ ଗାର୍ଡେନ୍ସରେ ମ୍ୟାଚକୁ ଉପଭୋଗ କରିବା ପାଇଁ ଭାରତୀୟ କ୍ରିକେଟ ପ୍ରେମୀମାନେ ଅପେକ୍ଷା କରି ରହିଛନ୍ତି।

ଚଳିତ ବିଶ୍ଵକପରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ନିଜର ପୂର୍ବ ୭ଟି ଯାକ ମ୍ୟାଚ ଜିତିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତୀୟ ଖେଳାଳିମାନେ ଖୁବ ସୁନ୍ଦର ପ୍ରଦର୍ଶନ କରୁଛନ୍ତି। ସେହିପରି ଟେମ୍ବା ବଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ମଧ୍ୟ ଏହି ମ୍ୟାଚରେ ଭାରତକୁ କଡ଼ା ଟକ୍କର ଦେବାର ସମ୍ଭାବନା ରହିଛି।

ଚଳିତ ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳି ରୋହିତ ଶର୍ମା, ବିରାଟ କୋହଲୀ, ରବୀନ୍ଦ୍ର ଜାଡେଜା, କେଏଲ ରାହୁଲ, କୁଲଦୀପ ଯାଦବ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରାହଙ୍କ ପ୍ରଦର୍ଶନ ଉପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ସମସ୍ତ ନଜର ରହିବ।  

ଅନ୍ୟପଟେ କ୍ୱିଣ୍ଟନ ଡି’କକ, ରାସି ଭାନଡର ଡୁସାନ, ଡେଭିଡ୍ ମିଲର, ହେନେରି କ୍ଲାସନଙ୍କ ଭଳି ଖେଳାଳିଙ୍କ ବ୍ୟାଟିଂ ଉପରେ ଦକ୍ଷିଣ ଆଫ୍ରିକା ଦଳ ନିର୍ଭର କରିବ। ସେହପରି କେଶବ ମହାରାଜ, କଗିସୋ ରବାଡାଙ୍କ ବୋଲିଂକୁ ସାମ୍ନା କରିବା ପାଇଁ ଭାରତୀୟ ଦଳ କେଉଁ ରଣନୀତି ଆପଣାଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି।

ଚଳିତ ବିଶ୍ଵକପରେ ଭାରତୀୟ ଦଳ ନିଜର ସବୁ ମ୍ୟାଚ ଜିତି ସେମିଫଇନାଲକୁ ଉତ୍ତୀର୍ଣ୍ଣ ହୋଇସାରିଛି। ବହୁତ ଜବରଦସ୍ତ ଫର୍ମରେ ରହିଛି ଟିମ୍ ଇଣ୍ଡିଆ। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ୭ଟି ମ୍ୟାଚରୁ ୬ଟି ଜିତିଛି। ଭାରତ ବିପକ୍ଷ ମ୍ୟାଚ ଜିତି ଦଳ ସେମିଫଇନାଲ ଯିବା ଲକ୍ଷ୍ୟରେ ରହିଛି। ତେବେ ଆଜିର ମ୍ୟାଚଟି ବହୁତ ସଂଘର୍ଷପୂର୍ଣ୍ଣ ରହିବ ବୋଲି ଅନେକ କ୍ରୀଡ଼ା ବିଶେଷଜ୍ଞ ମତ ଦେଇଛନ୍ତି।

Tags: #ICCCricketWorldCup #IndiavsSouthAfrica #Cricket #EdenGardens #Kolkata #Sports #ICC

LEAVE A REPLY

Please enter your comment!
Please enter your name here