ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ଶନିବାର ଖେଳାଯାଉଛି ଦୁଇଟି ମୁକାବିଲା। ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଟକ୍କର ନେଉଥିବାବେଳେ ଦ୍ଵିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ।

ପାକିସ୍ତାନ-ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚଟି ବେଙ୍ଗାଳୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମre ଖେଳାଯାଉଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୪୦୧ ରନର ବିଶାଳ ସ୍କୋର କରିଛି। ଦଳ ପକ୍ଷରୁ ରାଚିନ ରବୀନ୍ଦ୍ର ସର୍ବାଧିକ ୧୦୮ ରନ କରିଥିଲେ। ସେହିପରି ଅଧିନାୟକ କେନ ୱିଲିୟମସନ ୯୫ ରନ କରିଥିଲେ।

ଏହି ମ୍ୟାଚରେ ପାକିସ୍ତାନୀ ବୋଲରମାନେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଅଧିକାଂଶ ବୋଲରଙ୍କ ଆଭରେଜ ୭ରୁ ଅଧିକ ରହିଥିଲା। ଦଳ ପକ୍ଷରୁ ମହମ୍ମଦ ୱାସିମ୍ ସର୍ବାଧିକ ୩ଟି ୱିକେଟ ନେଇଥିଲେ।      

ଏବେ ୪୦୨ ରନ ଲକ୍ଷ୍ୟ ନେଇ ଦ୍ଵିତୀୟ ଇନିଂସରେ ପାକିସ୍ତାନ ବ୍ୟାଟିଂ ଜାରି ରଖିଛି। ୨୧.୩ ଓଭର ଖେଳ ଶେଷ ସୁଦ୍ଧା ଦଳ ଗୋଟିଏ ୱିକେଟ ହରାଇ ୧୬୦ ରନ ସଂଗ୍ରହ କରିଛି।

ସେହିପରି ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚଟି ଆହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏଥିରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିଛି। ମ୍ୟାଚର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୮୬ ରନ କରି ଅଲଆଉଟ ହୋଇଛି। ଏବେ ଇଂଲଣ୍ଡ ୨୮୭ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି।

Tags: #ICCCricketWorldCup #PakistanvsNewZealand #AustraliavsEngland #Cricket #Sports

LEAVE A REPLY

Please enter your comment!
Please enter your name here