ଓଡ଼ିଶାଲାଇଭ୍‌ ବ୍ୟୁରୋ

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଗୌତମ ବୁଦ୍ଧଙ୍କର ଏକ ମୂର୍ତ୍ତି ରହିଛି। ଯାହାକୁ ‘ଦ ଗୋଲ୍ଡେନ ବୁଦ୍ଧ’ କହୁଯାଏ। ଏହି ମୂର୍ତ୍ତି ବ୍ୟାଙ୍କକର ‘ୱାଟ ଟ୍ରେମିଟ୍’ ମନ୍ଦିରରେ ଅଛି। ୯.୮ ଫୁଟ ଉଚ୍ଚର ଏହି ମୂର୍ତ୍ତିର ଓଜନ ପ୍ରାୟ ୫୫୦୦ କିଲୋଗ୍ରାମ।  ଏହାର ମୂଲ୍ୟ ପ୍ରାୟ ୧୯ ବିଲିୟନ ଆକଳନ କରାଯାଇଛି।

ଏହି ମୂର୍ତ୍ତି ଅନେକ ବର୍ଷ ଧରି ଦୁନିଆରୁ ଲୁଚି ରହିଥିଲା। ୧୯୫୪ ମସିହା ଯାଏଁ ଏ ମୂର୍ତ୍ତି ବିଷୟରେ କେହି ଜାଣିନଥିଲେ। ଏମିତିକି ମୂର୍ତ୍ତିଟି ସୁନାରେ ତିଆରି ବୋଲି କେହି ଜାଣିନଥିଲେ। କାରଣ ମୂର୍ତ୍ତି ଉପରେ ପ୍ଲାଷ୍ଟର ଲଗାଯାଇଥିଲା।

ଏହି ପ୍ରତିମୂର୍ତ୍ତିକୁ ରଖିବା ପାଇଁ ଯେତେବେଳେ ମନ୍ଦିରରେ ଏକ ନୂତନ କୋଠା ନିର୍ମାଣ କରାଯାଇଥିଲା ଏବଂ ଏହାକୁ ୧୯୫୫ ମସିହାରେ ଏହାକୁ ମନ୍ଦିରରେ ରଖିବାକୁ ନିଆଯାଉଥିଲା ସେତେବେଳେ ମୂର୍ତ୍ତି ହଠାତ୍ ତଳେ ପଡ଼ିଯାଇଥିଲା, ଯାହାଫଳରେ ଏହାର ପ୍ଲାଷ୍ଟର ଭାଙ୍ଗି ଯାଇଥିଲା। ଫଳରେ ମୂର୍ତ୍ତିଟି ସୁନାରେ ତିଆରି ବୋଲି ସମସ୍ତେ ଜାଣିଥିଲେ। କୁହାଯାଏ ଯେ ଏହି ସୁନା ମୂର୍ତ୍ତିକୁ ଚୋରି ହେବାରୁ ରକ୍ଷା କରିବା ପାଇଁ ପ୍ଲାଷ୍ଟର କରାଯାଇଥିଲା।

Comment