ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର ସମୟରେ ଅଧିକରୁ ଅଧିକ ଲୋକଙ୍କ ଭିତରେ ସେଲଫି ନେବାର କ୍ରେଜ ରହିଛି। ବେଳେ ବେଳେ ସେଲଫି ନେବା ପାଇଁ ଏମିତି ପାଗଳ ହୋଇଥାନ୍ତି ସେ ସମୟରେ ସବୁକିଛି ଭୁଲି ଯାଇଥାନ୍ତି।  ଆଉ ସୁନ୍ଦର ସୁନ୍ଦର ସ୍ଥାନ ବୁଲି ଯାଉଥିଲେ ସେଲଫି ତ ନିଶ୍ଚିତ ନେବେ। ମାତ୍ର ଏମିତି ସ୍ଥାନ ଅଛି ଯେଉଁଠି ସେଲଫି ନେଲେ ମିଳିବ ମୃତ୍ୟୁଦଣ୍ଡ।

ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା କିନ୍ତୁ ସତ। ଥାଇଲାଣ୍ଡରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ସେଲଫି ନେବାକୁ ବାରଣ କରାଯାଇଥାଏ। କେହି ଯଦି ନ ମାନି ସେଲଫି ନିଏ ତେବେ ନିଶ୍ଚିତ ମୃତ୍ୟୁଦଣ୍ଡ ମିଳିଥାଏ। ଏହି ସ୍ଥାନର ନାମ ହେଉଛି ‘ଫୁକେଟ୍ ଆଇଲାଣ୍ଡ୍’।

ଏହା ନିକଟରେ ଥାଇଲାଣ୍ଡର ଏୟାରପୋର୍ଟ ରହିଛି। ତେଣୁ ଫ୍ଲାଇଟ୍ ଉଡୁଥିବାରୁ ସୁରକ୍ଷା ଅଧିକାରୀ ସେଲଫି ନେବା ପାଇଁ ବାରଣ କରିଥାନ୍ତି। କାରଣ ଫ୍ଲାଇଟ୍ ଉଡ଼ାଣ ସମୟରେ ଯଦି କେହି ସେଲଫି ଉଠାଉଥାନ୍ତି ପାଇଲଟଙ୍କ ନଜର ସେଲଫି ନେଉଥିବା ବ୍ୟକ୍ତିଙ୍କ ଉପରେ ପଡ଼ିବ। ତେଣୁ ତାଙ୍କର ଏକାଗ୍ରତା ନଷ୍ଟ ହେବ।ଫଳରେ କୌଣସି ନା କୌଣସି ବିପଦଜନକ ପରିସ୍ଥିତି ସୃଷ୍ଟି ହେବ। ଏଠାକାର ସୁରକ୍ଷା ଅଧିକାରୀ କଡ଼ା ଚେତାବନୀ ଦେଇଛନ୍ତି ଯଦି ଏହି ନିୟମ କୌଣସି ପର୍ଯ୍ୟଟକ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କୁ କଠୋର ଦଣ୍ଡ ତଥା ମୃତ୍ୟୁ ଦଣ୍ଡ ଦିଆଯିବ। ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଏଠାରେ ବାଡ଼ା ବା ଘେରା ବୁଲାଯାଇଛି। ଯେଉଁଠି ପର୍ଯ୍ୟଟକଙ୍କୁ ସେଲଫି ନେବାକୁ ମନା କରାଯାଇଛି।

Comment