ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ପୂର୍ବ ଏସିଆର ଏକ ଦେଶ ଭାବେ ଥାଇଲାଣ୍ଡକୁ ଆପଣ ଜାଣିଥିବେ। ବୌଦ୍ଧଧର୍ମର ଅନେକ ମନ୍ଦିର ପାଇଁ ମଧ୍ୟ ଏହି ଦେଶ ସାରା ବିଶ୍ୱରେ ବେଶ୍ ପରିଚିତ। ତେବେ ଏହି ଦେଶର ଆହୁରି ଅନେକ କଥା ଅଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।

ଥାଇଲାଣ୍ଡର ୯୫ ପ୍ରତିଶତ ଲୋକ ବୌଦ୍ଧଧର୍ମ ଗ୍ରହଣ କରିଛନ୍ତି। ଏହାସହ ଏଠାରେ ଭଗବାନ ବିଷ୍ଣୁ ଓ ରାମଙ୍କର ମଧ୍ୟ ପୂଜା କରାଯାଇଥାଏ। ଏଠାକର ରାଜପରିବାର ନିଜକୁ ଭଗବାନ ରାମଙ୍କ ପୁଅ କୁଶଙ୍କ ବଂଶଜ ବୋଲି କହିଥାନ୍ତି।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଥାଇଲାଣ୍ଡର ରାଷ୍ଟ୍ରୀୟ ଚିହ୍ନ ଗରୁଡ଼। ଭଗବାନ ବିଷ୍ଣୁଙ୍କ ବାହାନ ଗରୁଡ଼ ହୋଇଥିବାରୁ ଏଠାକାର ଲୋକ ବିଷ୍ଣୁଙ୍କର ଉପାସକ ବୋଲି ମଧ୍ୟ କୁହାଯାଏ।

ଏହି ଦେଶର ଲୋକମାନେ ଭୂତପ୍ରେତରେ ବହୁତ ବିଶ୍ୱାସ କରିଥାନ୍ତି। ଏପରିକି ଥାଇଲାଣ୍ଡର ଅଧିକାଂଶ ଘରେ ଭୂତପ୍ରେତଙ୍କ ପାଇଁ ସ୍ୱତନ୍ତ୍ର କଠୋରୀ ମଧ୍ୟ କରାଯାଇଥାଏ। ଏଥିସହ ଏଠାକାର ରାଜପରିବାରର କୌଣସି ବ୍ୟକ୍ତିଙ୍କୁ ଅପମାନ କରିବା ଅପରାଧ ବୋଲି ଗଣାଯାଏ। ଏଥିପାଇଁ ତାଙ୍କୁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଥାଏ।

Comment