ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ୱଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେ ଥାଇଲାଣ୍ଡରେ ଅଛନ୍ତି। ସେଠାରେ ଏକ ହସ୍ପିଟାଲରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିବା ଜଣାପଡ଼ିଛି।

ସାଇନା ଏକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଥାଇଲାଣ୍ଡ ଯାଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଆଜିଠୁ ୧୭ ତାରିଖ ଯାଏଁ ଆୟୋଜିତ ହୋଇଥାନ୍ତା କିନ୍ତୁ ସାଇନା କରୋନା ଆକ୍ରାନ୍ତ ହୋଇଥିବାରୁ ଏବେ ସେ ଆଉ ଖେଳିପାରିବେ ନାହିଁ। ଅନ୍ୟପଟେ ଏହି ଟୁର୍ଣ୍ଣାମେଣ୍ଟ ପରେ ଜାନୁଆରି ୧୯ରୁ ୨୪ ମଧ୍ୟରେ ସାଇନା ଆଉ ଏକ ଟୁର୍ଣ୍ଣାମେଣ୍ଟ ଖେଳିଥାନ୍ତେ।

କରୋନା ପାଇଁ ଗତ ୧୦ ମାସ ହେବ କୌଣସି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ନଥିଲେ ସାଇନା। ଥାଇଲାଣ୍ଡରେ ଆଜିଠାରୁ ପୁଣିଥରେ ବ୍ୟାଡମିଣ୍ଟନ କୋର୍ଟକୁ ଫେରିଥାନ୍ତେ। କରୋନା ପାଇଁ ପୁଣିଥରେ ସାଇନାଙ୍କ ଖେଳ ଉପରେ ବ୍ରେକ ଲାଗିଛି।

Comment