ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ୱକପ ମହାସମରର ୩୫ତମ ମ୍ୟାଚରେ ଶୁକ୍ରବାର ଚେଷ୍ଟର ଲି ଷ୍ଟ୍ରିଟରେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଛନ୍ତି। ମ୍ୟାଚରେ ଦକ୍ଷିଣ ଆଫ୍ରିକା ବୋଲିଂରେ ଘାଇଲା ହୋଇ ଶ୍ରୀଲଙ୍କା ୨୦୩ ରନ୍ କରି ଅଲଆଉଟ୍ ହୋଇଛି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଟିମ୍‌ ଆଗରେ ୨୦୪ ରନ୍‌ର ବିଜୟଲକ୍ଷ୍ୟ।

ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ପାଇଁ ଶ୍ରୀଲଙ୍କାକୁ ଆମନ୍ତ୍ରଣ କରିଥିଲା। ମ୍ୟାଚ୍‌ ଆରମ୍ଭରୁ ଶ୍ରୀଲଙ୍କା ବ୍ୟାଟିଂରେ ବିପର୍ଯ୍ୟୟ ଘଟିଥିଲା। ଲଙ୍କା ଦଳର ଅଧିନାୟକ କରୁଣାରତ୍ନେ ଖାତା ଖୋଲି ନପାରି ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଥିଲେ। ସେହିପରି ଅନ୍ୟ ଖେଳାଳିମାନେ ପଡ଼ିଆରେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ସକ୍ଷମ ହୋଇପାରିନାହାନ୍ତି। ଶେଷରେ ଶ୍ରୀଲଙ୍କା ୪୯.୩ ଓଭରରେ ୨୦୩ ରନ୍ କରି ଅଲଆଉଟ୍ ହୋଇଛି।

ଅନ୍ୟପଟେ ଆଜିର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଦମ୍‌ଦାର ବୋଲିଂ କରିଥିଲା। ଦଳ ପକ୍ଷରୁ ଡ୍ୱେନ୍ ପ୍ରିଟୋରିୟସ୍, କ୍ରିସ୍‌ ମୋରିସ୍‌ ଚମତ୍କାର ବୋଲିଂ କରି ୩ଟି ଲେଖାଏଁ ୱିକେଟ୍ ହାସଲ କରିଛନ୍ତି। ସେହିପରି କାଗିସୋ ରାବଡ଼ାଙ୍କୁ ୨ଟି ୱିକେଟ୍ ମିଳିଛି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ସାମ୍ନାରେ ଜିତିବାକୁ ୨୦୪ ରନ୍‌ର ଟାର୍ଗେଟ୍‌ ରହିଛି।

LEAVE A REPLY

Please enter your comment!
Please enter your name here