ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ସାହୋ ରିଲିଜ ପୂର୍ବରୁ ହିଁ ଦର୍ଶକଙ୍କ ମଧ୍ୟରେ ଛାଇ ଯାଇଥିଲା। ଶୁକ୍ରବାର ଫିଲ୍ମ ରିଲିଜ ହେବା ପରେ ଓ୍ୱାର୍ଲ୍ଡ ଓ୍ୱାଇଡ କଲେକ୍ସନ ଆସିବା ପରେ ସାରାବିଶ୍ୱରେ ଫିଲ୍ମକୁ ଦର୍ଶକ ଉତ୍ସାହିତ ଥିବା ଜଣାପଡ଼ୁଛି।

ରିଲିଜ ହେବାର ପ୍ରଥମ ଦିନରେ ହିଁ ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ଦ୍ୱିତୀୟ ଦିନ ଅର୍ଥାତ ଶନିବାର ଫିଲ୍ମଟି ୨୦୦ କୋଟି ଆୟ କରିଛି। ଦୁଇ ଦିନରେ ସାହୋ ୨୦୫ କୋଟି ଇନକମ୍‌ କରିଥିବା ଅନୁମାନ କରାଯାଉଛି।

୩ଟି ଭାଷାରେ ରିଲିଜ ହୋଇଥିବା ଏହି ଫିଲ୍ମ ଆଗାମୀ ସପ୍ତାହରେ ଆହୁରି ଆୟ କରିବ ବୋଲି ଆଶା କରାଯାଉଛି। ଫିଲ୍ମ ସାହୋ ସବୁ ଫିଲ୍ମର ରେକର୍ଡ ଭାଙ୍ଗି ସାରିଛି।

Comment