ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇଦ୍ରାବାଦରେ ପ୍ରବଳ ବର୍ଷା କାରଣରୁ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୩୭ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏଭଳି ସଂକଟମୟ ସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ସାଉଥ୍ ସୁପରଷ୍ଟାର ପ୍ରଭାସ। ବନ୍ୟା ପୀଡ଼ିତଙ୍କ ସହାୟତା ଲାଗି ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍‌କୁ ଦେଢ଼ କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଛି।

ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ କ୍ରମେ ପ୍ରଭାସ କୋଭିଡ୍ ରିଲିଫ୍ ଫଣ୍ଡ୍‌କୁ ୧ କୋଟି ଟଙ୍କା ଦାନ କରିଥିଲେ। ପ୍ରଭାସଙ୍କ ପୂର୍ବରୁ ହାଇଦ୍ରାବାଦ ବନ୍ୟା ପୀଡ଼ିତଙ୍କ ପାଇଁ ଅଭିନେତା ମହେଶ ବାବୁ ଓ ଚିରଞ୍ଜିବୀ ୧ କୋଟି ଟଙ୍କା ଲେଖାଏଁ ଦାନ କରିସାରିଛନ୍ତି। ସେହିପରି ଜୁନିଅର ଏନ୍‌ଟିଆର୍ ଓ ନାଗାର୍ଜୁନ ୫୦ ଲକ୍ଷ ଟଙ୍କା ଲେଖାଏଁ ଦାନ କରିଛନ୍ତି।ଗତ କିଛି ଦିନ ହେବ ହାଇଦ୍ରାବାଦରେ ଲଗାଣ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସ୍ଥିତିରେ ସୁଧାର ଆଣିବା ପାଇଁ ବିପର୍ଯ୍ୟୟ ପରିଚାଳନା ଟିମ୍ ଓ ନିଗମ କର୍ମଚାରୀମାନେ ଦିନରାତି ପରିଶ୍ରମ କରୁଛନ୍ତି।

Comment