ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆତ୍ମସମର୍ପଣ କରିଛି କୁଖ୍ୟାତ ମାଓନେତା ମାଡଭି ହିଡ୍‌ମା। ମାତ୍ର ୨୫ ବର୍ଷ ବୟସରେ ସୁରକ୍ଷାକର୍ମୀଙ୍କ ନିଦ ହଜାଇ ଦେଇଥିବା ଏହି କୁଖ୍ୟାତ ମାଓବାଦୀ ନେତା ବୁଧବାର ତେଲେଙ୍ଗାନାର ମୁଲୁଗୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ମାଓ କାର୍ଯ୍ୟକଳାପରୁ ବାହାରି ମୁଖ୍ୟସ୍ରୋତରେ ସାମିଲ ହେବାକୁ ହିଡ୍‌ମା ଆତ୍ମସମର୍ପଣ କରିଥିବା ତେଲେଙ୍ଗାନା ପୋଲିସ କହିଛି।

୨୦୨୧ ଏପ୍ରିଲ ମାସରେ ଛତିଶଗଡ଼ର ବିଜାପୁରରେ ହୋଇଥିବା ମାଓ ହମ୍‌ଲାର ମାଷ୍ଟର ମାଇଣ୍ଡ ଥିଲା ହିଡ୍‌ମା। ମାଓବାଦୀଙ୍କ ଏହି ହମ୍‌ଲାରେ ୨୨ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ହିଡ୍‌ମାକୁ ଧରିବା ପାଇଁ ଛତିଶଗଡ଼ ପୋଲିସ ୨୫ ଲକ୍ଷର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ।ମୁଲୁଗ ପୋଲିସର ସୂଚନା ଅନୁସାରେ, ହିଡ୍‌ମା ଆଉଡ ଲାଣ୍ଡ୍ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ସଦସ୍ୟ ଥିଲା। ସେ ଛତିଶଗଡ଼ରେ ଜନ୍ମ ହୋଇଥିବା ବେଳେ ମାତ୍ର ୧୬ ବର୍ଷ ବୟସରେ ସେ ମାଓ ସଙ୍ଗଠନରେ ଯୋଗ ଦେଇଥିଲା। ସେ ଅନେକ ଆକ୍ରମଣ ଓ ବିସ୍ଫୋରଣରେ ମାଷ୍ଟରମାଇଣ୍ଡ ଥିବା କୁହାଯାଉଛି। ସେ କେବଳ ସୁରକ୍ଷାକର୍ମୀ ନୁହେଁ ବରଂ ରାଜନେତାଙ୍କୁ ମଧ୍ୟ ଟାର୍ଗେଟ କରୁଥିଲା।ହିଡ୍‌ମାକୁ ଅନେକ ଲୋକ ଦେଖିନଥିବା ଶୁଣିବାକୁ। ସେ ଅତି ଗୋପନୀୟ ଭାବେ ଅପରେସନ କରୁଥିଲା। ତେଣୁ କିଛି ଲୋକ ତା ବୟସ ୫୫ କହୁଥିବା ବେଳେ ଆଉ କିଛି ୩୮ କହୁଥିଲେ। ହିଡ୍‌ମାକୁ ମାଓ ସଙ୍ଗଠନରେ ହିଡମାଲୁ ଓ ସନ୍ତୋଷ ନାମରେ ଡକାଯାଉଥିଲା। ତା ସୁରକ୍ଷାରେ ଶତାଧିକ ନକ୍ସଲ ନିୟୋଜିତ ରହୁଥିଲେ।କୁହାଯାଏ ହିଡ୍‌ମା ହେଉଛି ନକ୍ସଲ କମାଣ୍ଡର ରଭୁଲା ଶ୍ରୀନିବାସନ ଓରଫ ରମନ୍ନାର ଅତ୍ୟନ୍ତ ନିକଟତର। ରମନ୍ନା ପ୍ରାୟ ୧୫୦ ଜଣ ସୁରକ୍ଷାକର୍ମୀଙ୍କ ଜୀବନ ନେଇଥିଲା। ୨୦୧୯ରେ ହୃଦଘାତରେ ତା’ର ମୃତ୍ୟୁ ହୋଇଥିଲା। ଏହାପରେ ହିଡ୍‌ମା ସଂଗଠନର ସବୁ ଦାୟିତ୍ୱ ନେଇଥିଲା। ହିଡ୍‌ମା ନେତୃତ୍ୱରେ ମାଓବାଦୀମାନେ ପ୍ରାୟ ୨୭ ଥର ସୁରକ୍ଷାକର୍ମୀଙ୍କ ଉପରେ ହମଲା କରିଛନ୍ତି।

LEAVE A REPLY

Please enter your comment!
Please enter your name here