ଓଡ଼ିଶାଲାଇଭ୍ ବ୍ୟୁରୋ

ମାଓବାଦୀଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଟିଫିନ ବୋମାକୁ ନିଷ୍କ୍ରିୟ କରିଛନ୍ତି ବିଏସଏଫ ଯବାନ। କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତ୍ରୀଆମ୍ବ ଏବଂ ଗୋବିନ୍ଦପାଲ୍ଲି ରାସ୍ତାରେ ଟିଫିନ ବୋମା ଖଞ୍ଜା ଯାଇଥିଲା। ମନ୍ତ୍ରୀଆମ୍ବର ୧୫୧ ବିଏସଏଫ ଯବାନମାନେ ସର୍ଚ୍ଚ ଅଫରେସନ କରୁଥିବା ସମୟରେ ଏଠାରେ ଟିଫିନ ବୋମା ଖଞ୍ଜାଯାଇଥିବା ଅନୁମାନ କରିଥିଲେ।

ପରେ ବିଏସଏଫର ସ୍ୱତନ୍ତ୍ର କୁକୁର ଏବଂ ବିସ୍ଫୋରକ ଡିଟେକ୍ଟର ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଯାଞ୍ଚ ସମୟରେ ଟିଫିନ ବୋମାକୁ ଉଦ୍ଧାର କରାଯାଇଥିଲା। ପରେ ଏହାକୁ ବୋମା ନିଷ୍କ୍ରିୟକାରୀ ଦଳ ନିଷ୍କ୍ରିୟ କରିଥିଲେ। ବିଏସଏଫ ଯବାନମାନଙ୍କୁ ଟାର୍ଗେଟ କରି ଏହି ଟିଫିନ ବୋମା ଖଞ୍ଜା ଯାଇଥିବା କୁହାଯାଉଛି। ଏହି ବୋମା ନିଷ୍କ୍ରିୟ ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି।

Tags: #Bomb #TiffinBomb #BombDispose #BSFJawan #Naxal

LEAVE A REPLY

Please enter your comment!
Please enter your name here