ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଦୀର୍ଘ ଦିନର ବ୍ୟବଧାନ ପରେ କୋରାପୁଟ ଜିଲ୍ଲାରେ ପୁଣି ସକ୍ରିୟ ହୋଇଛି ଲାଲବାହିନୀ। ଗୁରୁବାର ଦିନ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ମାଓବାଦୀ କ୍ୟାମ୍ପ ଠବ ହେବା ସହ ସେଠାରୁ ବିପୁଳ ପରିମାଣ ବିସ୍ଫୋରକ ସାମଗ୍ରୀ ଜବତ ହେବା ପରେ ଏହା ସ୍ପଷ୍ଟ ହୋଇଛି।

ମାଲକାନଗିରି ଓ ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତୀ ମାଛକୁଣ୍ଡ ଥାନା ଅଧୀନରେ ଥିବା କୋଡ଼ାପୁଟ ଏବଂ ଗୁମୁଡ଼ାପୁଟ ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଜଣାପଡ଼ିଥିଲା। କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସଓଜି ଯବାନମାନେ ବୁଧବାର ଅପରାହ୍ଣରେ ସର୍ଚ୍ଚ ଅପରେସନରେ ଯାଇଥିଲେ। ଏହି ଅପରେସନ ବେଳେ ଜଙ୍ଗଲ ମଧ୍ୟରେ ଥିବା ମାଓବାଦୀଙ୍କ କ୍ୟାମ୍ପ ଠାବ କରାଯାଇଥିଲା।

ମାଟିତଳୁ ୭ କିଲୋଗ୍ରାମ ଓଜନ ବିଶିଷ୍ଟ ୮ଟି ଟିଫିନ ବୋମା, ୩ କେଜି ବିଶିଷ୍ଟ ଟିଫିନ ବୋମା, କୋଡେକ୍ସ ଓ୍ଵେୟାର ୫୦ ମିଟର, ୨ଟି ଡିଟୋନେଟର, ଗୋଟିଏ ପିସ୍ତଲ ଓ ୧୪ଟି ଗୁଳି ଜବତ କରାଯାଇଥିଲା। ଏନେଇ ଗୁରୁବାର ଦିନ କୋରାପୁଟ ଏସପି ସୂଚନା ଦେଇଛନ୍ତି।

ଯବାନମାନଙ୍କୁ ଟାର୍ଗେଟ କରି ଏହି ବୋମା ଖଞ୍ଜା ଯାଇଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Tags: #SOGJawan #TiffinBomb #Maoist #SearchOperation #Koraput

LEAVE A REPLY

Please enter your comment!
Please enter your name here