ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାର୍କିଂ ଫି’ ଆଦାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲା ବିଡିଏ।

ରାଜଧାନୀ ଭୁବନେଶ୍ୱରରେ ଆଉ ଦେବାକୁ ପଡ଼ିବନି ପାର୍କିଂ ଫି’। ପାର୍କିଂ ଫି’ ବନ୍ଦ ନେଇ ବୁଧବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ନୋଟିସ୍‌ ଜାରି ହୋଇଛି।

ରାଜଧାନୀର ବିଭିନ୍ନ ସପିଂମଲ୍‌, କମିର୍ସିଆଲ ବିଲ୍‌ଡିଂ, ହସ୍ପିଟାଲ ପାଖରେ ପାର୍କିଂ ଫି’ ଆଦୟ ନକରିବାକୁ ନୋଟିସ୍‌ ଜାରି କରାଯାଇଛି। ଯଦି କେହି ନୟମ ଅମାନ୍ୟ କରି ପାର୍କିଂ ଫି’ ଆଦାୟ କରେ, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି ବିଡିଏ ପକ୍ଷରୁ ଜାରି ହୋଇଥିବା ନୋଟିସ୍‌ରେ କୁହାଯାଇଛି।

Comment