ପାର୍କରେ ବୁଲିବେ ଖେଳିବେ ସ୍ମାର୍ଟସିଟି ପୋଷା ଜୀବଜନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧୀନରେ ରାଜଧାନୀରେ ୬୦ରୁ ଅଧିକ ପାର୍କ ରହିଥିବାବେଳେ ଭରତପୁର ଅଞ୍ଚଳରେ ଆଉ ଏକ ସ୍ୱତନ୍ତ୍ର ପାର୍କ ପ୍ରତିଷ୍ଠା ହେବାକୁ ଯାଉଛି। ତେବେ ଏହି ପାର୍କର ବିଶେଷତ୍ୱ ଏହା ଯେ, ଏଥିରେ କୁକର ଓ ଅନ୍ୟା­ନ୍ୟ ପୋଷା ଜୀବଜନ୍ତୁ ମଧ୍ୟ ବିଚରଣ କରିପାରିବେ।

ପୂର୍ବରୁ ସହରରେ ଥିବା ପାର୍କ ଗୁଡ଼ିକରେ ପୋଷା ଜୀବଜନ୍ତୁଙ୍କ ପ୍ରବଶେ ନିଷେଧ ରହିଛି। ଏଣୁ ଅନେକ ପଶୁପ୍ରେମୀ ଏହାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠାଇଥାଆନ୍ତି। ତେଣୁ ପ୍ରଥମ ଥର ପାଇଁ ସହରରେ ଏହି ପାର୍କରେ ପୋଷା ଜୀବଜନ୍ତୁଙ୍କ ପ୍ରବେଶ ଉପରେ କୌଣସି କଟକଣା ରହିବ ନାହିଁ ବୋଲି ବିଡିଏର ମୁଖ୍ୟ ଉଦ୍ୟାନବିତ ଅଶୋକାନନ୍ଦ ଧର କହିଛନ୍ତି।

ପାର୍କ ପାଇଁ ସ୍ଥାନୀୟ ଭରତପୁର  ପ୍ରାୟ ପାଞ୍ଚ ଏକର ପରିମିତ ସ୍ଥାନରେ ଏହି ପାର୍କ ନିର୍ମାଣ କରାଯିବ। ଏଥିପାଇଁ ବିଡିଏ ଅଧିନରେ ଥିବା ଭୁବନେଶ୍ୱର ଅର୍ବାନ ନଲେଜ୍‍ ସେଣ୍ଟରକୁ ଦାୟିତ୍ୱ ଦିଆଯାଇଛି। ଏହି କେନ୍ଦ୍ରର ଅଧିକାରୀମାନେ ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ କରି ଡିଜାଇନ୍ ପ୍ରସ୍ତୁତ କରିଥିବା ସୂଚନା ମିଳିଛି।

ତେବେ ପାର୍କରେ ଯେକୌଣସି ପ୍ରଜାତିର କୁକୁର ବିଚରଣ କରିପାରିବେ। ଏହି ନୂଆ ପାର୍କରେ କୁକୁରମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଉପଲବ୍ଧ ହେବ। କୁକୁରମାନେ ଖେଳିବା ପାଇଁ ବିଭିନ୍ନ ଖେଳ ସରଞ୍ଜାମ ଉପଲବ୍ଧ ହେବ।

ଅନ୍ୟପଟେ ବରିଷ୍ଠ ନାଗରିକମାନେ କୁକୁର ଧରି ସକାଳେ ପ୍ରାତଃ ଭ୍ରମଣ କରୁଥିବାବେଳେ ସେମାନେ ରାସ୍ତାର ଏଣେତେଣେ ମଳ ତ୍ୟାଗ କରୁଛନ୍ତି। ଏହା ସ୍ଥାନୀୟ ଅଞ୍ଚଳର ବାତାବତରଣକୁ ହାନି ପହଞ୍ଚାଉଥିବାବେଳେ ବରିଷ୍ଠ ନାଗରିମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ପାର୍କକୁ ନେଇ ଆସୁଥିବା କୁକୁରଙ୍କ ପାଇଁ ସ୍ୱତନ୍ତ୍ର ସୁବିଧାକେନ୍ଦ୍ର ପ୍ରସ୍ତୁତ କରାଯିବ ବୋଲି ଅଶୋକାନନ୍ଦୁ ଧର ସୂଚନା ଦେଇଛନ୍ତି।

ଏହି ପାର୍କକୁ ସଂପୂର୍ଣ୍ଣ ଭାବେ ପ୍ରାକୃତିକ ଢ଼ଙ୍ଗରେ ପ୍ରସ୍ତୁତ କରାଯିବ। ଏହାକୁ ପ୍ରାକୃତିକ ପାର୍କ ଭାବେ ବିବେଚନା କରାଯିବ। ପାର୍କ ଚାରିପଟେ ପରିବେଶ ଅନୁକୂଳ ଚୌକି ରହିବ। ସେଠାରେ ପୋଷାଜୀବ ଜନ୍ତୁଙ୍କ ମାଲିକମାନେ ବିଶ୍ରାମ କରିପାରିବେ। ପେଭର୍‍ ବ୍ଲକ କିମ୍ବା ଟାଇଲରେ ଚଲାରାସ୍ତା ମଧ୍ୟ କରାଯିବ।

ବର୍ତ୍ତମାନ ଏହାର ପ୍ରବେଶ ଶୁଳ୍କ ଉପରେ ଏପର୍ଯ୍ୟନ୍ତ କୌଣସ ନିଷ୍ପତ୍ତି ନିଆଯାଇନଥିବାବେଳେ ପାର୍କକୁ ପଶୁପ୍ରେମୀଙ୍କ ଆଗମନ ଓ ତେବେ ପାର୍କରେ ­­­ବୟସ୍କ ବ୍ୟକ୍ତିମାନଙ୍କ ସୁବିଧା ଦୃଷ୍ଟିରୁ ଅନେକ ବନ୍ଦୋବସ୍ତ କରାଯିବା ସହ ପିଲାମାନେ ଖେଳିବା ପାଇଁ ବିଭିନ୍ନ ସରଞ୍ଜାମ ରହିବ।

Tags: #smartcitybhubaneswar #parkforpet #BDA #Bharatpur #urbandepartmentknoledgecentre

Comment