ଓଡ଼ିଶାଲାଇଭ୍‌ ବ୍ୟୁରୋ

୭୪ ବର୍ଷ ବୟସରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରର ଦଳୀୟ ନେତା, କର୍ମୀ, ସମର୍ଥକ ସମସ୍ତେ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ କରି ମୋଦୀ ଲେଖଛନ୍ତି, ‘‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛନ୍ତି।’’

ଅନ୍ୟପକ୍ଷରେ ଚଳିତ ଥର ନବୀନ ତାଙ୍କ ଜନ୍ମଦିନ ପାଳନ କରିବେନି। ବାତ୍ୟା ଫନିରେ ହୋଇଥିବା କ୍ଷତିକୁ ନେଇ ସେ ଏହି ନିଷ୍ପତି ନେଇଛନ୍ତି ।

Comment