ଓଡ଼ିଶାଲାଇଭ ବ୍ୟୁରୋ

ବିଜେପୁର ଉପନିର୍ବାଚନ ପାଇଁ ସ୍ଵତନ୍ତ୍ର ଛୁଟି। ଅକ୍ଟୋବର ୨୧ ତାରିଖରେ ହେବାକୁ ଥିବା ବିଜେପୁର ଉପନିର୍ବାଚନ ମତଦାନ ପାଇଁ ୩ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ମତଦାନ ପାଇଁ ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବା ବିଜେପୁର ଭୋଟରମାନେ ୩ଦିନ ଛୁଟି ନେଇ ପାରିବେ।

ଅକ୍ଟୋବର ୨୦ରୁ ଅକ୍ଟୋବର ୨୨ ତାରିଖ ୩ଦିନ ଯାଏଁ ଏହି ଛୁଟି ଘୋଷଣା କରାଯାଇଛି। ଏହାସହ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କର୍ମାଚାରୀ ମଧ୍ୟ ୩ଦିନରୁ ଅଧିକ ଛୁଟି ନେଇ ପାରିବେ।

ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ ପାଇଁ ମତଦାନ ହେବ। ଏଥିପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାରରେ ଲାଗିଛନ୍ତି। ତେବେ ଶନିବାର ଶେଷଥର ପାଇଁ ପ୍ରଚାର କରିବେ ପ୍ରାର୍ଥୀ।

Comment