ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ କିମ୍ବା ଓଡ଼ିଶାରେ ଥିବା କେନ୍ଦ୍ର ସରକାରଙ୍କ ଶିକ୍ଷାନୁଷ୍ଠାନରେ ଫୁଲ୍‌ ଟାଇମ୍‌ ପିଏଚ୍‌ଡି କରିବା ପାଇଁ ପ୍ରକାଶ ପାଇଲା ଫେଲୋସିପ୍‌। ଛାତ୍ରଛାତ୍ରୀମାନେ ୨୦୧୯-୨୦ ଶିକ୍ଷା ବର୍ଷରେ ପିଏଚ୍‌ଡି କରିବାକୁ ପାଇଁ ବିଜୁ ପଟ୍ଟନାୟକ ରିସର୍ଚ୍ଚ ଫେଲୋସିପ୍‌ ଆବେଦନ କରିପାରିବେ। ଏନେଇ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜୁ ପଟ୍ଟନାୟକ ରିସର୍ଚ୍ଚ ଫେଲୋସିପ୍‌ ଆବେଦନ କରିବା ପାଇଁ ପ୍ରାର୍ଥୀ ଆସନ୍ତା ନଭେମ୍ବର ୧୫ ମଧ୍ୟରେ ଆବେଦନପତ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପାଖକୁ ପଠାଯିବା ଆବଶ୍ୟକ। ଆବେଦନପତ୍ର ବିଳମ୍ବରେ ପହଞ୍ଚିଲେ ଏହାକୁ ଗ୍ରହଣ କରାଯିବ ନାହିଁ।

ଆବେଦନପତ୍ର ସିଧାସଳଖ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗକୁ ପଠାଗଲେ ଗ୍ରହଣୀୟ ହେବ ନାହିଁ। ଆବେଦନକାରୀ ନିଜ ବିଭାଗୀୟ ମୁଖ୍ୟ(ଡିପାର୍ଟମେଣ୍ଟ ହେଡ୍‌)ଙ୍କ ଜରିଆରେ ଆବେଦନପତ୍ର ସରକାରଙ୍କୁ ପଠାଯିବା ଆବଶ୍ୟକ।

ଆବେଦନପତ୍ର, ଯୋଗ୍ୟତା ତତଶ ବିଜ୍ଞାପନ ବିଷୟରେ ଅଧିକ ସୂଚନା ପାଇଁ http://st.odisha.gov.in/Advertisement/Advertisement.html କିମ୍ବା https://www.odisha.gov.in/addvertisement ଲଗ୍‌ଇନ୍‌ କରନ୍ତୁ।

Comment