ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆହୁରି ସହଜ ହେବ ମୋବାଇଲ ନମ୍ବର ପୋର୍ଟାବିଲ ବ୍ୟବସ୍ଥା। ଫୋନ୍‌ ନମ୍ବର ପୋର୍ଟ ହେବାକୁ ଆଗରୁ ୭ ଦିନ ଲାଗୁଥିବା ବେଳେ ଏଣିକି ମାତ୍ର ୨ ଦିନରେ ନମ୍ବର ପୋର୍ଟ ହୋଇପାରିବ। ଏହି ନୂଆ ନିୟମ ଆସନ୍ତା ନଭେମ୍ବର ୧୧ ତାରିଖରୁ ଲାଗୁ ହେବ। ଏନେଇ ଟେଲିକମ୍‌ ରେଗୁଲେଟୋରୀ ଅଫ୍‌ ଇଣ୍ଡିଆ(ଟ୍ରାଇ) ପକ୍ଷରୁ କୁହାଯାଉଛି।

ଏହି ନୂଆ ନିୟମ ଲାଗୁ ହେବା ପୂର୍ବରୁ ଟ୍ରାଇ ଦେଶରେ ୬ ଦିନ ନମ୍ବର ପୋର୍ଟିଂ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ନଭେମ୍ବର ୪ରୁ ୧୦ ପର୍ଯ୍ୟନ୍ତ ଗ୍ରାହକ ମୋବାଇଲ ନମ୍ବର ପୋର୍ଟିଂ କରିପାରିବେ ନାହିଁ। ତେବେ ୧୧ ତାରିଖରୁ ନୂଆ ନିୟମ ଅନୁଯାୟୀ, ନମ୍ବର ପୋର୍ଟିଂ ସେବା ଆରମ୍ଭ ହେବ।

ସୂଚନାଯୋଗ୍ୟ, ମୋବାଇଲ ନମ୍ବର ପୋର୍ଟାବିଲିଟି(ଏମ୍‌ଏନ୍‌ପି) ଜରିଆରେ ଉପଭୋକ୍ତା ନିଜ ନମ୍ବର ନବଦଳାଇ ଅନ୍ୟ ନେଟୱର୍କକୁ ପରିବର୍ତ୍ତନ କରିପାରିବେ। ନିକଟରେ ଜିଓର ମାଗଣା ସେବା ବନ୍ଦ ହେବା ପରେ ଅନେକ ଗ୍ରାହକ ନମ୍ବର ପୋର୍ଟିଂ କରୁଥିବା ଜଣାପଡ଼ିଛି।

Comment