ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ କେଉଁଠି ଦେବାକୁ ପଡ଼ିବ ପାର୍କିଂ ଫି’ ଆଉ କେଉଁଠି ଦେବାକୁ ପଡ଼ିବନି। ସେ ବିଷୟରେ ଜାଣନ୍ତୁ।

ଭୁବନେଶ୍ୱରର ସପିଂମଲ୍‌ଠାରୁ ଆରମ୍ଭ କରି ହସ୍ପିଟାଲ ଆଦି ସ୍ଥାନରେ ଥିବା ପାର୍କିଂ ସ୍ପଟ୍‌ରେ କେହି ପାର୍କିଂ ଫି’ ଆଦାୟ କରିପାରିବେ ନାହିଁ। ଏନେଇ ଗୁରୁବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ନିୟମକୁ ଅବମାନନା କରି ଆଜି ମଧ୍ୟ ଅନେକ ସପିଂମଲ୍‌ରେ ଫି’ ଆଦାୟ କରାଯାଉଛି।

ତେବେ ଜାଣିଛନ୍ତି କି, ରାଜଧାନୀର କେଉଁ ସ୍ଥାନରେ ଆପଣଙ୍କୁ ପାର୍କିଂ ଦେବାକୁ ପଡ଼ିବନି ଏବଂ କେଉଁ ସ୍ଥାନରେ ଦେବାକୁ ପଡ଼ିବ? ଆସନ୍ତୁ ଜାଣିବା..

କେଉଁଠି ଦେବାକୁ ପଡ଼ିବନି ପାର୍କିଂ ଫି’

ପାଣ୍ଟାଲୁନ୍ସ(ସହିଦନଗର ଓ ପଟିଆ), ଭବାନୀ ମଲ୍‌, ଫୋରମ୍‌ ମାର୍ଟ, ଏସ୍‌ପ୍ଲାନେଡ୍‌-୧, ସେଣ୍ଟ୍ରାଲ ମଲ୍‌, ବିଗ୍‌ ବଜାର(ନୟାପଲ୍ଲୀ, ପଟିଆ), ଡିଏନ୍‌ ରେଗାଲିଆ, ଦି ୱାର୍ଲ୍‌ଡ(ଶାସ୍ତ୍ରୀ ନଗର ଓ ଖଣ୍ଡଗିରି), ସମସ୍ତ ରିଲାଏନ୍ସ ମଲ୍‌, ପାଲ୍‌ ହାଇଟ୍‌ସ, ସିମ୍ଫୋନି ମଲ୍‌ ଭଳି ସପିଂମଲ୍‌ରେ ପାର୍କିଂ ଫିସ୍‌ ଦେବାକୁ ପଡ଼ିବ ନାହିଁ।

ସେହିପରି ଆପୋଲୋ ହସ୍ପିଟାଲ, କଳିଙ୍ଗ ହସ୍ପିଟାଲ, କେୟାର ହସ୍ପିଟାଲ, କିମ୍ସ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ, ଆମ୍‌ରି ହସ୍ପିଟାଲ, ସମ୍‌ ହସ୍ପିଟାଲ, ରାଜଧାନୀର ସମସ୍ତ ଡାକ୍ତରଖାନା, ସନେମା ହଲ୍‌, ଶିକ୍ଷାନୁଷ୍ଠାନ, ଅଳଙ୍କାର ସୋ’ରୁମ୍‌ଗୁଡ଼ିକରେ କୌଣସି ପ୍ରକାରର ପାର୍କିଂ ଫି’ ଦେବାକୁ ପଡ଼ିବ ନାହିଁ।

କେଉଁଠି ଦେବାକୁ ପଡ଼ିବ ପାର୍କିଂ ଫି’

ୟୁନିଟ୍‌-୧ ମାର୍କେଟ୍‌ ଅଞ୍ଚଳ, ୟୁନିଟ୍‌-୨ ଅଞ୍ଚଳ, ଖାଦିମ୍‌ସଠାରୁ ଆରମ୍ଭ କରି ଶ୍ରୀଲେଦର ପର୍ଯ୍ୟନ୍ତ ରାଜଧାନୀ ଜନପଥ ରୋଡ୍‌ରେ ପାର୍କିଂ କଲେ ଫି’ ଦେବାକୁ ପଡ଼ିବ।

Comment