ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦୁଝର ଜିଲ୍ଲା ତେଲକୋଇ ନିକଟସ୍ଥ କାଞ୍ଜିପାଣି ଘାଟିରେ ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ୬ ସିଶୁଙ୍କ ସମେତ ୧୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ତେଲକୋଇ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

କେନ୍ଦୁଝର ଜିଲ୍ଲା ରାଇସୁଆଁ ଥାନା ମନହରପୁର ଗ୍ରାମର କିଛି ଲୋକ ଶ୍ରୀ ଜଗନ୍ନାଥ ନାମକ ଏକ ଭଡ଼ା ବସ୍‌ରେ କତରାପାଲିକୁ ଯାଉଥିଲେ। ସେଠାରେ କାଞ୍ଚିପାଣି ଘାଟିରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।

Comment