ଓଡ଼ିଶାଲାଇଭ ବ୍ୟୁରୋ

କ୍ରିକେଟରେ ଓପନରମାନଙ୍କର ଭୂମିକା ଆପଣଙ୍କୁ ନିଶ୍ଚିତ ଭାବରେ ଜଣାଥିବ। ଓପନର ଭାବେ ଯଦି ଦୁଇଜଣ ବ୍ୟାଟ୍ସମ୍ୟାନ ଭଲ ରନ୍‌ କରନ୍ତି ତେବେ ଟିମ୍ ପାଇଁ ଏହା ବେଶ୍ ସହାୟକ ହୋଇଥାଏ।

ପୂର୍ବରୁ ଓପନିଂ ପାର୍ଟନରସିପରେ ବିଭିନ୍ନ ଦଳର ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିଛନ୍ତି। ତେବେ ଆସନ୍ତୁ ଜାଣିବା ଏମିତି କିଛି ଓପନିଂ ଯୋଡ଼ିଙ୍କ ବିଷୟରେ ଯେଉଁମାନେ ଦଳପାଇଁ ଓପନିଂରେ ବଡ଼ ରନ ଛିଡ଼ା କରିପାରିଛନ୍ତି।

ଗ୍ରେମ ସ୍ମିଥ ଓ ନିଲ୍ ମେକେଞ୍ଜୀ

ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ରନର ଓପନିଂ ପାର୍ଟନରସିପର ରେକର୍ଡ ରହିଛି ଏହି ଦୁଇଜଣ କ୍ରିକେଟରଙ୍କ ନାଁ ରେ। ଦକ୍ଷିଣ ଆଫ୍ରିକାର ଏହି ଦୁଇ ଓପନର ବ୍ୟାଟ୍ସମ୍ୟାନ ୨୦୦୭-୦୮ ମସିହାରେ ବାଂଲାଦେଶ ବିପକ୍ଷରେ ୪୧୫ରନ୍‌ର ରେକର୍ଡ ଇଂନିସ ଖେଳିଥିଲେ। ଏହି ଦୁଇ ଓପନର ମାତ୍ର ୯୪.୩ ଓଭର ଖେଳି ଏହି ୪୧୫ ରନ୍‌ର ପାର୍ଟନରସିପ୍ କରିଥିଲେ। ଏହି ପାର୍ଟନରସିପରେ ଗ୍ରେମ ସ୍ମିଥ୍ ୨୩୧ରନ୍‌ କରି ଆଉଟ୍ ହୋଇଯାଇଥିଲେ। ଏହାସହ ଏହି ରେକର୍ଡ ଭରା ପାର୍ଟନସିପର ଅନ୍ତ ଘଟିଥିଲା।

ବିନୁ ମଙ୍କଡ଼ ଓ ପଙ୍କଜ ରାୟ

ଦକ୍ଷିଣ ଆଫ୍ରିକାର ଏହି ଦୁଇ ଓପନିଂ ଯୋଡ଼ିପରେ ଦ୍ୱିତୀୟ ସର୍ବାଧିକ ଓପନିଂ ପାର୍ଟନରସିପର ରେକର୍ଟ ଦୁଇ ଭାରତୀୟ ଓପନରଙ୍କ ନାଁରେ ଅଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିବା ଏହି ଟେଷ୍ଟ ମ୍ୟାଚରେ ଭାରତର ଦୁଇ ଓପନର ବିନୁ ମଙ୍କଡ଼ ଓ ପଙ୍କଜ ରାୟ ୪୧୩ରନ୍‌ର ଓପନିଂ ପାର୍ଟନରସିପ୍ କରିଥିଲେ। ୧୯୫୦ ମସିହାରେ ଭାରତ ଏହି ମ୍ୟାଚ୍ ଖେଳିଥିଲା। ଏହି ଇଂନିସରେ ବିନୁ ମଙ୍କଡ଼ ୨୩୧ରନ୍‌ କରି ପ୍ରଥମେ ଆଉଟ୍ ହୋଇଥିଲେ।

ବୀରେନ୍ଦ୍ର ସେହ୍ୱାଗ ଓ ରାହୁଲ ଦ୍ରାବିଡ୍

୨୦୦୬ ମସିହାରେ ପାକିସ୍ତାନ ବିପକ୍ଷରେ ଭାରତର ଦୁଇ ଓପନର ବୀରେନ୍ଦ୍ର ସେହ୍ୱାଗ ଓ ରାହୁଲ ଦ୍ରାବିଡ୍ ୪୧୦ ରନ୍‌ର ଓପନିଂ ପାର୍ଟନରସିପ୍ କରିଥିଲେ। ଏହି ପାର୍ଟନରସିପରେ ସେହ୍ୱାଗ ୨୫୪ରନ୍‌ କରି ପ୍ରଥମେ ଆଉଟ୍ ହୋଇଥିଲେ। ସେ ମାତ୍ର ୨୪୭ ରନ୍ କରି ଏହି୨୫୪ ରନ୍ କରିଥିଲେ। ଏହି ଟେଷ୍ଟ ମ୍ୟାଚରେ ଭାରତ ୬୭୯ ରନ୍‌ର ବିଶାଳ ସ୍କୋର ଠିଆ କରିଥିଲା। ତେବେ ଟେଷ୍ଟ ମ୍ୟାଚଟି ଡ୍ରରେ ଶେଷ ହୋଇଥିଲା।

Comment