ଓଡ଼ିଶାଲାଇଭ୍ ବ୍ୟୁରୋ

ହରିୟାଣାରେ ହେଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟଦାନ ପକ୍ରିୟା ଜାରି ରହିଛି। ଆଜି ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ସାଇକେଲରେ ଆସି ନିଜର ମତଦାନ କରିଥିବା ଦେଖିବାକୁ ମିଳିଛି।

ଏହି ଅବସରରେ ମନୋହର କହିଛନ୍ତି, “ପରିବେଶକୁ ଦୃଷ୍ଟିରେ ରଖି ଆଜି ମୁଁ ସାଇକେଲରେ ଭୋଟ୍ ଦେବାକୁ ଆସିଛି। ଏହାସହ ମୋ ସୁରକ୍ଷାରେ ଥିବା ପୋଲିସ୍ କର୍ମୀ ମଧ୍ୟ ସାଇକେଲରେ ମୋ ସହ ଆସିଛନ୍ତି।”

ଏହାସହ ହରିୟାଣାରେ ବିଜେପି ହିଁ ବାଜିମାତ୍ କରିବ ବୋଲି ସେ କହିଛନ୍ତି। ଗଣତନ୍ତ୍ରରେ ଭୋଟ୍ ଦେବା ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ କଥା। ଲୋକମାନେ ଅଧିକରୁ ଅଧିକ ଆସି ନିଜର ମତ ଅଧିକାର ସାବ୍ୟସ୍ତ କରିବାକୁ ସେ ଅନୁରୋଧ କରିଛନ୍ତି।

ସୋମବାର ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ଭୋଟର ମାନେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି।

Comment