ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ଏବେ କଶ୍ମୀର ଯୁବତୀଙ୍କୁ ନେଇ ଚର୍ଚ୍ଚା ବଢ଼ୁଛି। ଏହି ଧାରା ହଟିବା ପରେ କଶ୍ମୀର ଝିଅ ଏବେ ଅନ୍ୟତ୍ର ବିବାହ କରିପାରିବେ। ଏହି ପରିପ୍ରେକ୍ଷୀରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କର ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଏବେ ସେ କଶ୍ମୀର ଝିଅକୁ ବୋହୂ କରି ଆଣିବେ ବୋଲି କହିଛନ୍ତି।

ଆଜିକାଲି ଲୋକ କହୁଛନ୍ତି ଯେ ଏବେ କଶ୍ମୀର ରାସ୍ତା ସଫା ହୋଇଗଲାଣି। କଶ୍ମୀର ଯୁବତୀଙ୍କୁ ବୋହୂ କରିହେବ।’’

ଏହାକୁ ନେଇ ସୋସିଆଲ ମିଡିଆରେ ବିବାଦ ଜୋର ଧରିଛି। ବିବାଦ ହେବା ପରେ ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟର ଏହି ବୟାନକୁ ଥଟ୍ଟା ବୋଲି କହିଛନ୍ତି।

ଫତେହାବାଦ୍‌ରେ ମହର୍ଷି ଭାଗୀରଥ ଜୟନ୍ତୀ କାର୍ଯ୍ୟକ୍ରମରେ ମନୋହର ଲାଲ ଖଟ୍ଟର ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନ ବିଷୟରେ ଚର୍ଚ୍ଚା କରୁଥିଲେ। ଏହି ସଭାରେ ଅଭିଭାଷଣ ଦେବା ସମୟରେ ସେ ଝିଅମାନଙ୍କର ସଂଖ୍ୟା ହ୍ରାସ ପାଉଥିବା କହିଥିଲେ। ଏଥିସହ କଶ୍ମୀର ଝିଅକୁ ବୋହୂ କରିବା କଥା ବି କହିଥିଲେ।

ମୋଦି ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ କରିବା ପରେ ସୋସିଆଲ ମିଡିଆରେ କଶ୍ମୀରରୁ ଜମି କିଣିବା ସହ ସେଠାକାର ଝିଅଙ୍କୁ ବିବାହ କରିବା କଥା ଚର୍ଚ୍ଚା ହେଉଛି।

Comment