ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: କଟକ-ଚାନ୍ଦବାଲି ରାସ୍ତାରେ ଏକ ମର୍ମୁନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ବାଇକଟି ଟ୍ରକ୍ ପଛ ପଟରେ ପିଟି ହେବା ଫଳରେ ଘଟଣାସ୍ଥଳରେ ହିଁ ସମସ୍ତେ ଆଖି ବୁଜିଛନ୍ତି। ଦୁଇଜଣଙ୍କ ପରିଚୟ ମିଳି ପାରିନଥିବା ବେଳେ ଜଣେ ମୃତକଙ୍କ ପକଟେରୁ ମିଳିଥିବା ଆଧାରକାର୍ଡରୁ ତାଙ୍କୁ ଚିହ୍ନଟ କରାଯାଇଛି। ସେ ହେଲେ ନାନ୍ଦୋଳ ଅଞ୍ଚଳର ସେକ୍.ଫରାଜ୍(୨୪)।

ଫରାଜ୍ ବାଇକ୍ (ଓଆର୍ ୦୫-୪୩୯୨)ଯୋଗେ ଦୁଇ ସହଯୋଗୀଙ୍କ ସହିତ କେନ୍ଦ୍ରାପଡାରୁ ସାଲେପୁର ଅଭିମୁଖେ ଆସୁଥିଲେ। କେନ୍ଦୁପାଟଣା ଷ୍ଟେଟ୍ ବ୍ୟାଙ୍କ୍ ନିକଟରେ ସେମାନେ ଦୁର୍ଘଟଣାର ଶିକାର ହୋଇଥିଲେ।

କିଛି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ ଟ୍ରକଟି ରାସ୍ତା କଡ଼ରେ ରଖି ଚାଳକ ଚା’ ପିଇବାକୁ ଯାଇଥିଲେ। ଏହି ସମୟରେ ବାଇକରେ ଦ୍ରୁତ ଗତିରେ ଆସି ତିନି ଜଣ ଟ୍ରକ୍ ପଛରେ ବାଡେଇଥିଲେ। ଯାହାଫଳରେ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ସାଲେପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଏହାସହ ବାଇକ୍‌କୁ ମଧ୍ୟ ଜବତ କରିଛି।

Comment