ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁରରେ କିଏ କରିବେ ବାଜିମାତ୍? ଆଜି ସନ୍ଧ୍ୟା ସୁଦ୍ଧା ଏହା ସ୍ପଷ୍ଟ ହେବ। ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀନୀ ରୀତା ସାହୁ ଆଗୁଆ ରହିଛନ୍ତି। ବିଜେଡି  ୧୬, ୪୭୩ ଭୋଟରେ ଆଗୁଆ ରହିଛି। ବର୍ତ୍ତମାନ ସୁଦ୍ଧା ବିଜେଡିକୁ ୩୧, ୨୮୬, ବିଜେପିକୁ ୭,୯୨୧, କଂଗ୍ରେସକୁ ୧,୧୧୫  ଖଣ୍ଡ ଭୋଟ ମିଳିଛି।

ଏହି ଭୋଟ ଗଣତିକୁ ସବୁ ଦଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବିଜେପୁରବାସୀ କାହା ସପକ୍ଷରେ ରାୟ ଦେଇଛନ୍ତି ତାହା ଆଜି ଜଣାପଡ଼ିବ।

ବିଜେପୁର ମଇଦାନରେ ଏଥର ୫ ଜଣ ପ୍ରାର୍ଥୀ ଥିଲେ। ବିଜେଡିରୁ ରୀତା ସାହୁ, କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ଏବଂ ବିଜେପିରୁ ସନତ ଗଡ଼ତିଆଙ୍କ ସମେତ ଆଉ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ଥିଲେ। ହେଲେ ମୁଖ୍ୟ ଲଢ଼େଇ ବିଜେଡି ଏବଂ ବିଜେପି ଭିତରେ ହୋଇଥିଲା। କଂଗ୍ରେସ ପଛରେ ପଡ଼ି ଯାଇଥିଲା।

ବିଜେପୁରରେ ୨୮୫ଟି ପୁଲିଂ ବୁଥ୍‌ରେ ଗତ ୨୧ ତାରିଖରେ ହୋଇଥିଲା ଭୋଟ୍‌। ମୋଟ୍‌ ୭୯.୧୭ ପ୍ରତିଶତ ମତଦାନ ହୋଇଛି।

LEAVE A REPLY

Please enter your comment!
Please enter your name here