ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଣାର୍କ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ତେବେ, ଲଗାଣ ବର୍ଷାରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ମନ୍ଦିର ପରିସରରେ ପାଣି ଜମି ରହିଥିବା ବେଳେ ଏହାକୁ ନିଷ୍କାସନର ବ୍ୟବସ୍ଥା କରୁଛି ମନ୍ଦିର ଦାୟିତ୍ଵରେ ଥିବା ପ୍ରତ୍ନତତ୍ତ୍ୱ ବିଭାଗ।

Konark Sun Temple

ତେବେ ଲଗାଣ ବର୍ଷା ଯୋଗୁଁ କୋଣାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଯାଇଛି। ଶୁକ୍ରବାର ମନ୍ଦିର ବୁଲିବାକୁ ଆସିଥିବା କିଛି ପର୍ଯ୍ୟଟକମାନେ ହାତରେ ଛତା ଧରି ମନ୍ଦିର ବୁଲୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ କୋଣାର୍କ ଏନଏଏସିର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ରାଉଳ, ପାଟଣା ବାଲିସାହି ଏବଂ ଦଳିତ ସାହି ଜଳମଗ୍ନ ହୋଇଛି।

Comment