ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ପୁଣି ଘଟିଛି ଦୁର୍ଘଟଣା। ରବିବାର ସକାଳେ ଦୁଇଟି ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗି ଯାଇଥିଲା। ଖବର ପାଇ ବାଙ୍ଗିରିପୋଷି ପୋଲିସ ଓ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ।

ଏହି ଦୁର୍ଘଟଣାରେ ଗୋଟିଏ ଟ୍ରକ୍‌ର ଡ୍ରାଇଭର ଫେରାର ଥିବାବେଳେ, ଅନ୍ୟ ଜଣେ ସାମାନ୍ୟ ଆହତ ହେଇଥିବାର ସୂଚନା ମିଳିଛି।

ଗତ ଜାନୁଆରୀ ମାସରୁ ଆଜି ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା ଘଟି ଅନେକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ପ୍ରଶାସନ ଚେଷ୍ଟା ସତ୍ତ୍ୱେ ଦୁର୍ଘଟଣା ରୋକିବାରେ ବିଫଳ ହୋଇଛି।

ଶିମିଳିପାଳ କୋର ଏରିଆ ଓ ହାତୀ କରିଡର ପାଇଁ ରାସ୍ତା ସଂପ୍ରସାରଣ କାର୍ଯ୍ୟ ହୋଇ ପାରୁନାହିଁ। ତେବେ ଏନେଇ କେନ୍ଦ୍ର ସରକାର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଚାହିଁଲେ ଏହି ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି ସାଧାରଣରେ କୁହାଯାଉଛି।

Comment