ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାବଳି ପରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ିଯାଇଛି। ତେବେ ଖରାପ ପରିବେଶ ସତ୍ତ୍ୱେ ଦିଲ୍ଲୀରେ ହିଁ ଭାରତ-ବାଂଲାଦେଶ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ହେବ ବୋଲି ସୂଚନା ମିଳିଛି।

ଆସନ୍ତା ନଭେମ୍ବର ମାସରୁ ଭାରତ-ବାଂଲାଦେଶ ମଧ୍ୟରେ କ୍ରିକେଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ଆସନ୍ତା ୩ ତାରିଖରୁ ଟି-ଟ୍ୱେଣ୍ଟି ସିରିଜ୍ ଖେଳାଯିବ। ଯାହାର ପ୍ରଥମ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ।

ତେବେ ମ୍ୟାଚ୍ ସମୟରେ ପ୍ରଦୂଷଣ ଯୋଗୁଁ ବିଭିନ୍ନ ସମସ୍ୟା ଉପୁଜିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ନଭେମ୍ବର ୩ ତାରିଖ ମ୍ୟାଚ୍ ବେଳକୁ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇବ ବୋଲି ଦିଲ୍ଲୀ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି। ଆସୋସିଏସନ୍ ଏନେଇ ପ୍ରଦୂଷଣ ବୋର୍ଡଠାରୁ ଅନୁମତି ଆଣିସାରିଛି। ଯାହା ଫଳରେ ଦିଲ୍ଲୀରେ ହିଁ ମ୍ୟାଚ୍ ହେବା ନେଇ ସ୍ଥିର ହୋଇଛି।

ପୂର୍ବରୁ ମଧ୍ୟ ଖରାପ ପାଗ ପାଇଁ ଦିଲ୍ଲୀରେ ଅନେକ ମ୍ୟାଚ୍ ବାଧାପ୍ରାପ୍ତ ହୋଇଛି। ୨୦୧୭ ଡିସେମ୍ବର ମାସରେ ଶ୍ରୀଲଙ୍କା ଖେଳାଳିମାନେ  ପ୍ରଦୂଷଣ କାରଣରୁ ମୁହଁରେ ମାସ୍କ ପିନ୍ଧିବା ଦେଖିବାକୁ ମିଳିଥିଲା।

Comment