ଓଡ଼ିଶାଲାଇଭ୍‌ ବ୍ୟୁରୋ

Rayagada Kolnara

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ପାର୍ଲାପାଡୁ ଘାଟୀରେ ବୁଧବାର ଅପରାହ୍‌ଣରେ ଗାଡ଼ି ଓଲଟିବାରୁ ରାୟଗଡ଼ା ବିଡିଓ ରାଜେନ୍ଦ୍ର ମାଝୀଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଡେରେକାପାଡୁଠାରୁ ଫେରୁଥିବା ବେଳେ ବ୍ଲକ କାର୍ଯ୍ୟାଳୟର ଗାଡ଼ି ଭାରସାମ୍ୟ ହରାଇ ଓଲିଟି ପଡ଼ିଥିଲା। ଆଳୁବାଡ଼ି ଗାଁ ନିକଟରେ ଏକ ବୁଲାଣିରେ ଏହି ଗାଡ଼ି ଓଲଟି ଥିଲା। ଗାଡିରେ ବିଡିଓ ରାଜେନ୍ଦ୍ର ମାଝୀ, ଏବିଡିଓ ନୃସିଂହ ଚରଣ ପଟ୍ଟନାୟକ ଏବଂ ଭିଏଲ୍‌ଡବ୍ଲ୍ୟୁ ଅଜିତ ହୋତା ଥିଲେ।

ଦୁର୍ଘଟଣାରେ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ବେଳେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି।

Comment