ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ଭିତରେ ଛିଣ୍ଡୁନି ଗଣିତ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏହି ଦୁଇ ଦଳ ମଧ୍ୟରେ ଲାଗି ରହିଛି ଶୀତଳ ଯୁଦ୍ଧ। ଏହାରି ଭିତରେ ବୁଧବାର ବିଜେପି ବିଧାୟକମାନେ ଦେବେନ୍ଦ୍ର ଫଡ୍‌ନାବିସଙ୍କୁ ନିଜର ନେତା ବାଛିଛନ୍ତି। ବୁଧବାର ମହାରାଷ୍ଟ୍ରର ବିଧାନ ଭବନରେ ବିଜେପି ବିଧାୟକ ଦଳର ବୈଠକ ବସିଥିଲା। ଏଥିରେ ସମସ୍ତ ବିଧାୟକଙ୍କ ଅନୁମତି କ୍ରମେ ଦେବେନ୍ଦ୍ର ଫଡନାବିସଙ୍କୁ ବିଧାୟକ ଦଳର ନେତା ବଛାଯାଇଛି।

ଅନ୍ୟପଟେ ଆସନ୍ତାକାଲି ଗୁରୁବାର ଦିନ ଶିବସେନା ନିଜର ବିଧାୟକ ଦଳର ବୈଠକ ଡାକିଛି। ଏଥିରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ପୁଅ ଆଦିତ୍ୟ ଠାକ୍‌ରେଙ୍କୁ ବିଧାୟକ ଦଳର ନେତା ବଛାଯିବ ବୋଲି ସୂଚନା ମିଳିଛି। ଚଳିତ ବର୍ଷ ଆଦିତ୍ୟ ପ୍ରଥମ କରି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ନିର୍ବାଚନ ଫଳାଫଳରେ ବିଜେପି-ଶିବସେନା ମେଣ୍ଟ ସଂଖ୍ୟଗରିଷ୍ଠତା ହାସଲ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଲାଗିରହିଛି। ଶିବସେନା ମୁଖ୍ୟମନ୍ତ୍ରୀ ଆସନ ପାଇଁ ଫପ୍ଟି ଫିପ୍ଟି ଫର୍ମୁଲା ଆପଣାଇବାକୁ ଜିଦ୍ କରୁଥିବା ବେଳେ ବିଜେପି ଏହାକୁ ମାନିବାକୁ ନାରାଜ।

ତେବେ ମହାରାଷ୍ଟ୍ରରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସ୍ଥିର ହୋଇ ପାରିନାହିଁ।

Comment