ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ସବୁବେଳେ କମ୍ପ୍ୟୁଟର ଏବଂ ମୋବାଇଲର ବ୍ୟବହାର କରୁଥିବେ। ଆପଣଙ୍କ ଆଙ୍ଗୁଠି ‘କି ବୋର୍ଡ’ ଉପରେ ଯେତେ ଜଲଦି କ୍ଲିକ୍‌ ହେଉଥିବ, କମ୍ପ୍ୟୁଟର ମଧ୍ୟ ସେହି ଅନୁସାରେ ନିଜର କାମ କରିବ।

ତେବେ ଆପଣ କେବେ ଭାବିଛନ୍ତି କି, କମ୍ପ୍ୟୁଟର କିମ୍ବା ମୋବାଇଲରେ ‘କି ବୋର୍ଡ’ରେ ଅକ୍ଷରଗୁଡ଼ିକ ଏ,ବି,ସି,ଡି ହୋଇ ସଜେଇ ହୋଇନଥାଏ। ଏହା ପଛର କାରଣ କ’ଣ?

ଜାଣନ୍ତୁ ଏହା ପଛର କାରଣ

କମ୍ପ୍ୟୁଟର କିବୋର୍ଡର ଅକ୍ଷର QWERTYରୁ ଆରମ୍ଭ ହୋଇଥାଏ। ଏହି କ୍ୱେର୍ଟି ‘କି ବୋର୍ଡ’ ପ୍ରଥମେ ଖ୍ରୀଷ୍ଟୋଫର୍ ସେଲ୍ସ ନାମକ ବ୍ୟକ୍ତି ଉଦ୍ଭାବନ କରିଥିଲେ।

୧୮୭୪ ମସିହାରେ ଯେତେବେଳେ ପ୍ରଥମ କରି ଟାଇପ୍ ରାଇଟର ବ୍ୟବହାର କରାଗଲା ସେଥିରେ ଏହି କ୍ୱେର୍ଟି କିବୋର୍ଡ ହିଁ ବ୍ୟବହାର କରାଯାଇଥିଲା। ସେହିଦିନଠାରୁ କମ୍ପ୍ୟୁଟରଠାରୁ ଆରମ୍ଭ କରି ସମସ୍ତ ସ୍ଥାନରେ କିବୋର୍ଡର ଅକ୍ଷର ଏହି QWERTYରୁ ଆରମ୍ଭ ହୋଇଥିଲା।

ଖ୍ରୀଷ୍ଟୋଫର ସେଲ୍ସ କହିଥିଲେ ଯେ, ସେ ପ୍ରଥମେ ଏ,ବି,ସି,ଡି ଆଦି ଅକ୍ଷରକୁ ଗୋଟିଏ କ୍ରମରେ ରଖି କିବୋର୍ଡ ତିଆରି କରିଥିଲେ। କିନ୍ତୁ ଏହା ବ୍ୟବହାର କରିବା ଯୋଗ୍ୟ ହେଲାନି। କିବୋର୍ଡରେ ଟାଇପ୍ କରିବା ସମୟରେ ଅସୁବିଧା ହେବା ସହ କିବୋର୍ଡର କି’ଗୁଡ଼ିକ ଜାମ୍ ହୋଇଯାଉଥିଲା। ଯେଉଁ କାରଣରୁ ସେ ଏହାକୁ ବଦଳାଇ ଏହି QWERTY ‘କିବୋର୍ଡ’ର ଉଦ୍ଭାବନ କରିଥିଲେ।

ଆଜି ସାରା ବିଶ୍ୱରେ ସମସ୍ତ କମ୍ପ୍ୟୁଟର ଓ ମୋବାଇଲ୍ କିବୋର୍ଡ ଏହି QWERTY ଅକ୍ଷରରୁ ଆରମ୍ଭ ହୋଇଥାଏ।

Comment