ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟକ୍ତିଗତ କମ୍ପ୍ୟୁଟର ଉପରେ ନଜର ରଖିବାକୁ ଦେଶର ୧୦ଟି ସରକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ମନ୍ତ୍ରାଳୟ।

ବର୍ତ୍ତମାନ ଆପଣଙ୍କ ବ୍ୟକ୍ତିଗତ କମ୍ପ୍ୟୁଟର ଉପରେ ନଜର ରଖିବେ ସରକାର। ଶୁକ୍ରବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଶର ୧୦ଟି ସରକାରୀ ସଂସ୍ଥାକୁ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ସଚିବ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆକ୍ଟ୍‌ର ସେକ୍ସନ ୬୯(୧) ଜରିଆରେ ଏହି ସଂସ୍ଥାଗୁଡ଼ିକୁ ଅଧିକାର ଦିଆଯାଇଛି।

୧୦ଟି ସଂସ୍ଥା ମଧ୍ୟରେ ଇଣ୍ଟେଲିଜେନ୍ସ ବ୍ୟୁରୋ, ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ,ଏନ୍‌ଫୋର୍ସମେଣ୍ଟ୍‌ ଡାଇରେକ୍ଟୋରେଟ, ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌, ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ, ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌, ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି, କ୍ୟାବିନେଟ୍‌ ସେକ୍ରେଟାରିଏଟ୍‌, ଡାଇରେକ୍ଟୋରେଟ୍‌ ଅଫ୍‌ ସିଗ୍‌ନାଲ୍‌ ଇଣ୍ଟେଲିଜେନ୍‌ସ୍‌, ଦିଲ୍ଲୀ କମିସନରେଟ ପୋଲିସ୍‌ ସାମିଲ ଅଛନ୍ତି।

ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସଂସ୍ଥାମାନେ ସାଧାରଣ ଜନତାଙ୍କ ବ୍ୟକ୍ତିଗତ ତଥ୍ୟ ଯାଞ୍ଚ କରିପାରିବେ। ସାଧାରଣ ଜନତା ତଥ୍ୟ ଲୁଚାଇଲେ ବା ତଦନ୍ତରେ ସହଯୋଗ ନ କରିଲେ ସାତ ବର୍ଷ ଜେଲ ଦଣ୍ଡ ମିଳିବ। ଗୃହ ସଚିବ ରାଜୀବ ଗୌବାଙ୍କ ହସ୍ତାକ୍ଷରରେ ଏହି ବିଜ୍ଞପ୍ତି ଜାରି ହୋଇଛି।

ଅନ୍ୟ ପକ୍ଷରେ ବିରୋଧି ଦଳ କଂଗ୍ରେସ, ସମାଜବାଦୀ ପାର୍ଟି, ଏନ୍‌ସିପି, ଆର୍‌ଜେଡି ପକ୍ଷରୁ ସରକାରଙ୍କ ଏହି ନିୟମକୁ ବିରୋଧ କରାଯାଇଛି। ସରକାର ଜନସାଧାରଣଙ୍କ ବ୍ୟକ୍ତିଗତ କଥାରେ ମୁଣ୍ଡ ପୁରାଇବା ଉଚିତ ନୁହେଁ ବୋଲି ଏନ୍‌ସିପି ନେତା କହିଛନ୍ତି।

LEAVE A REPLY

Please enter your comment!
Please enter your name here