ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାର ବସିଥିବା ଜିଏସଟି ପରିଷଦ ବୈଠକରେ ଅନେକ ସାମଗ୍ରୀରୁ ଟିକସ ହ୍ରାସ କରିବାକୁ ନିଷ୍ପତ୍ତି ହୋଇପାରେ।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଜିଏସଟି(ଗୁଡ୍ସ ଆଣ୍ଡ ସର୍ଭିସ ଟ୍ୟାକ୍ସ) ପରିଷଦ ବୈଠକ ଆରମ୍ଭ ହୋଇଛି। ଏହି ବୈଠକ ପରେ ଅନେକ ସାମଗ୍ରୀ ଉପରୁ ଟିକସ ହ୍ରାସ କରିବା ଉପରେ ନିଷ୍ପତ୍ତି ହୋଇପାରେ।

ଏହି ବୈଠକରେ ବିଳାସପୂର୍ଣ୍ଣ ସାମଗ୍ରୀ ଓ ନିଶା ସାମଗ୍ରୀ ବ୍ୟତୀତ ଅନ୍ୟ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ୧୮ ପ୍ରତିଶତ ବା ତା’ଠାରୁ କମ୍ ଜିଏସଟି ହ୍ରାସ ହୋଇପାରେ ବୋଲି ଆଶା କରାଯାଉଛି। ଏହି ସବୁ ସାମଗ୍ରୀରେ କମ୍ପ୍ୟୁଟର ମନିଟର, ପୱାରବ୍ୟାଙ୍କ, ୱାସିଙ୍ଗ ମେସିନ, ୟୁପିଏସ, ଡିଜିଟାଲ କ୍ୟାମେରା, ୱାଟର ହିଟର ସାମିଲ ରହିଛି।

ସିମେଣ୍ଟ ଉପରୁ ଟିକସ ପରିମାଣ ହ୍ରାସ ପାଇବାର ସମ୍ଭାବନା ରହିଛି। ଏବେ ୨୮ ପ୍ରତିଶତ ବର୍ଗରେ ୩୦ଟି ସାମଗ୍ରୀ ରହିଛି। ସେଥିରୁ କିଛି ସାମଗ୍ରୀ ୧୮ ପ୍ରତିଶତ ବର୍ଗକୁ ଆସିପାରେ।

LEAVE A REPLY

Please enter your comment!
Please enter your name here