ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡିର ସଭ୍ୟସଂଗ୍ରହ ଅଭିଯାନକୁ ଆଉ ତିନି ସପ୍ତାହ ବୃଦ୍ଧି କରାଯାଇଛି। ଏନେଇ ଗୁରୁବାର ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅକ୍ଟୋବର ୩୧ ତାରିଖରେ ଦଳର ସଭ୍ୟ ସଂଗ୍ରହ ଅଭିଯାନ ଶେଷ ହେବାର ଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ତିନି ସପ୍ତାହ ପାଇଁ ବୃଦ୍ଧି କରାଯାଇଛି। ଏଥର ସଭ୍ୟ ସଂଗ୍ରହ ଅଭିଯାନରେ ଦଳ ମୋଟ୍ ୪୧ ଲକ୍ଷ ସଭ୍ୟ ସଂଗ୍ରହ କରିଛି। ଯାଜପୁର ଜିଲ୍ଲାରେ ସର୍ବାଧିକ ୪ ଲକ୍ଷ ୮୧ ହଜାର ସଭ୍ୟସଂଗ୍ରହ କରାଯାଇଛି।

ତେବେ ଦଳରେ  ଆହୁରି ଅଧିକ ସଭ୍ୟଙ୍କୁ ସଂଯୋଗ କରିବାକୁ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ସଭ୍ୟ ସଂଗ୍ରହ ଅଭିଯାନର ସମୟକୁ ବୃଦ୍ଧି କରାଯାଇଛି।

Comment