ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରାୟ ଲୋକ ଆଳୁ କାଟିବା ପରେ ଏହାର ଚୋପାକୁ ଫିଙ୍ଗି ଦିଅନ୍ତି। କିନ୍ତୁ ଆଳୁର ଚୋପା ସ୍ଵାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ବିଭିନ୍ନ ରୋଗକୁ ଉପଶମ କରିବାର କ୍ଷମତା ଆଳୁ ଚୋପାରେ ଭରି ରହିଛି।

ଓଜନ କମ୍ କରାଏ: ଆଳୁରେ କାର୍ବୋହାଇଡେଟ୍ ଥାଏ। ଯାହା ଶରୀରର ଓଜନ ନିୟନ୍ତ୍ରଣ କରିବାରେ ଗୁରୁତ୍ଵପୁର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ୧୦୦ଗ୍ରାମ ଆଳୁରେ ୧.୫ ପ୍ରତିଶତ ନ୍ୟୁଟ୍ରିଏଣ୍ଟସ୍ ଓ ଫାଇବରର ମାତ୍ରା ୯୦ ପ୍ରତିଶତ ପର୍ଯ୍ୟନ୍ତ କମ ହୋଇଯାଏ। ଆଳୁ ଚୋପାରେ ଥିବା ବିଟା କ୍ୟାରୋଟିନ୍ ହଜମକ୍ରିୟାରେ ସହାୟକ ହୋଇଥାଏ।

ଶରୀରକୁ ରଖେ ମଜବୁତ୍: ଆଳୁ ଚୋପାରେ ପ୍ରଚୁର ପରିମାଣରେ ଭିଟାମିନ ବି୩ ମିଳେ।ଏହି ଭିଟାମିନ ଶରୀରକୁ ମଜଭୁତ କରିବା ସହ ଶକ୍ତି ଯୋଗାଇଥାଏ।

ପାଚନ କ୍ରିୟା: କେବଳ ଏତିକି ନୁହଁ ଆଳୁରେ ପ୍ରଚୁର ପରିମାଣରେ ଫାଇବର ମଧ୍ୟ ଭରି ରହିଥାଏ। ଏହା ଶରୀରର ପାଚନ କ୍ରିୟାକୁ ନିୟନ୍ତ୍ରଣ କରେ।

ଉଚ୍ଚ ରକ୍ତଚାପ: ଆଳୁରେ ପ୍ରଚୁର ପରିମାଣର ପୋଟାସିୟମ ଥାଏ। ପୋଟାସିୟମ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।

Comment