ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି ଏଫ୍ଆଇଏଚ୍‌ ହକି ଅଲିମ୍ପିକ ମ୍ୟାଚ୍‌। ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ହେବାକୁ ଥିବା ୪ଟି ମ୍ୟାଚ୍‌ରେ ଭାରତୀୟ ମହିଳା ଓ ପୁରୁଷ ଦଳ ରୁଷିଆ ଏବଂ ଆମେରିକା ବିପକ୍ଷରେ ଖେଳିବେ।

ଏହି ମ୍ୟାଚ୍‌ ଲାଗି କମିସନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। କିଛି ରୁଟ୍‌ରେ ପରିବର୍ତ୍ତନ କରାଯାଇଛି। ଜାଣନ୍ତୁ, କେଉଁ ବାଟ ଦେଇ ଯିବେ।

ଜୟଦେବ ବିହାରରୁ ଶାସ୍ତ୍ରୀନଗର ରାସ୍ତାରେ ଅଧିକ ଗାଡ଼ି ଯାତାୟାତ ବନ୍ଦ ରହିବ।

କଳିଙ୍ଗ ଷ୍ଟାଡିୟମ୍‌ ପଟରୁ ଆସୁଥିବା ଗାଡ଼ି ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ପଟକୁ ଯିବ।

ବାଣୀବିହାର ପଟରୁ ଆସୁଥିବା ଗାଡ଼ି ଆଚାର୍ଯ୍ୟ ବିହାର-ଜୟଦେବ ବିହାର ମଧ୍ୟ ରାସ୍ତା ଦେଇ ଯିବ। ଏହି ଗାଡ଼ିଗୁଡ଼ିକୁ କଳିଙ୍ଗ ଷ୍ଟାଡିୟମ୍‌ ପଟକୁ ଛଡ଼ାଯିବ ନାହିଁ।

ଏଜି କଲୋନି ଆଡ଼ୁ ଆସୁଥିବା ଦର୍ଶକ ଫୁଟ୍‌ ଓଭରବ୍ରିଜ୍‌ ଦେଇ ଷ୍ଟାଡିୟମ୍‌ରେ ପ୍ରବେଶ କରିପାରିବେ।

ଦର୍ଶକମାନେ ୩ ନମ୍ବର ଗେଟ୍‌ ଦେଇ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରବେଶ କରିବେ ଓ ଗେଟ୍‌ ଇ ଭିତରେ ଗାଡ଼ି ପାର୍କିଂ କରିପାରିବେ।

Comment