ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୃଂଶସତାର ସବୁ ସୀମା ଟପିଲା ବାପା। ନିଜର ୮ବର୍ଷ ବୟସର ରୋଗୀଣା ଝିଅଙ୍କୁ ପନିକିରେ ଅତି ନିର୍ମମ ଭାବେ ହାଣି ହତ୍ୟା କଲା। ଶୁକ୍ରବାର ଏମିତି ଏକ ଅଭାବନୀୟ ଘଟଣା ଘଟିଥିଲା ନୂଆପଡ଼ା, ଖଡ଼ିଆଳ କୋଟାମାଲ ଗାଁରେ।

ଖଡ଼ିଆଳ ପୁଲିସ ଖବର ପାଇଁ ଗାଁକୁ ପହଞ୍ଚି ଝିଅର ମୃତଦେହକୁ ଜବତ କରିଥିଲା। ହତ୍ୟା କରି ବାପା ମହେନ୍ଦ୍ର କେତକୀ ରାତିରେ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛି। ଟଙ୍କା ଅଭାବରୁ ରୋଗୀଣା ଝିଆ ଚିକିତ୍ସା କରିନପାରିବାକୁ ସେ ଝିଅକୁ ହତ୍ୟା କରିଥିବା କହିଛି।

ମହେନ୍ଦ୍ର କୌଣସି କାରଣକୁ ରାଗିଯାଇ ଘରେ ଥିବା ଏକ ପନିକିରେ ଝିଅର ବେକକୁ ହାଣି ହତ୍ୟା କରିଥିଲା। ଝିଅର ବଡ଼ବାପା ଖବର ପାଇଁ ତୁରନ୍ତ ଖଡ଼ିଆଳ ଥାନାକୁ ଆସି ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ଟିମ୍‌ ନେଇ ଗାଁକୁ ଯାଇ ସରିତାର ମୃତଦେହକୁ ଉଦ୍ଧାର କରିବା ସହ ହତ୍ୟା କରିଥିବା ପନଖିକୁ ମଧ୍ୟ ଜବତ କରାଯାଇଛି।

Comment