ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ସାଢ଼େ ୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଟଙ୍କାରେ ଆସନ୍ତା ରଥଯାତ୍ରା ପୂର୍ବରୁ ବଳଦେବଜୀଉ ମନ୍ଦିରର ଉନ୍ନତୀକରଣ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସାଢ଼େ ୮ କୋଟି ଟଙ୍କାରେ ବଳଦେବଜୀଉ ମନ୍ଦିର ଚାରିପାଖକୁ ଆଲୋକୀକରଣ କରାଯିବ। ମନ୍ଦିରର ସୁରକ୍ଷା, କେନ୍ଦ୍ରାପଡ଼ା ସହରର ଐତିହ୍ୟ ଓ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଏହାସହ ବଳଦେବଜୀଉଙ୍କ ବଡ଼ଦାଣ୍ଡକୁ ମଧ୍ୟ ଆଲୋକୀକରଣ କରାଯିବ।

କେନ୍ଦ୍ରାପଡ଼ା ସହରରେ ଏକ ଆଧ୍ୟାତ୍ମିକ ପାର୍କର ମଧ୍ୟ ଉନ୍ନତୀକରଣ କରାଯିବା ନେଇ ଯୋଜନା ହେଇଛି। ଆଗାମୀ ରଥଯାତ୍ରା ପୂର୍ବରୁ ଏହି ସମସ୍ତ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଗତ ସ୍ନାନ ପୂର୍ଣ୍ଣିମା ବେଳେ ମୁଖ୍ୟମନ୍ତ୍ରୀ ନିଜେ ବଳଦେବଜୀଉ ମନ୍ଦିର ପରିଦର୍ଶନ କରିଥିଲେ। ସେ ସମୟରେ ମୁଖ୍ୟମନ୍ତ୍ରୀ ମନ୍ଦିରର ଉନ୍ନତି ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଥିଲେ।

Comment