ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନାର ପୂର୍ବତନ ପୋଲିସ ଏଏସଆଇ ଶୁଭେନ୍ଦୁ କୁମାର ବେହେରା ଗିରଫ ହୋଇଛନ୍ତି।

ବିଗତ କିଛି ମାସ ପୂର୍ବରୁ ସେ କପ୍ତିପଦା ଥାନାରେ ଥିବା ସମୟରେ ଶୁଭେନ୍ଦୁ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାରେ ପୋଲିସ ତଦନ୍ତ ଚାଲିଥିବା ବେଳେ ସେ ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଳାଇ ଆଉ ଏକ ଦୂର୍ଘଟଣା ଘଟାଇବା ପରେ ମୟୂରଭଞ୍ଜ ଏସ ପି ତାଙ୍କୁ ନିଲମ୍ବନ କରିଥିଲେ।

ପୂର୍ବରୁ ଥିବା କପ୍ତିପଦା ଥାନା ମାମଲା ୧୦୧/୧୯ ର ତଦନ୍ତ ପରେ ସେଥିରେ ତାଙ୍କ ନାମରେ ଥିବା ଗୁରୁତର ଅଭିଯୋଗର ସତ୍ୟତା ମିଳିବାରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏ ସମ୍ପର୍କରେ ମୟୂରଭଞ୍ଜ ଏସ୍‌ପି ସ୍ମିଥ ପି ପରମାର ସୂଚନା ଦେଇଛନ୍ତି।

Comment