ଓଡ଼ିଶାଲାଇଭ୍‌ ବ୍ୟୁରୋ

ପବିତ୍ର ଅଁଳା ନବମୀ ଅବସରରେ ଆଜି ରାଧା ପାଦ ଦର୍ଶନ। ପୁରୀ ଜିଲ୍ଲା ସାକ୍ଷୀ ଗୋପାଳ ମନ୍ଦିରରେ ଆଜି ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ କରୁଛନ୍ତି। ଏହାସହା ରାଧ ପାଦ ଦର୍ଶନ କରିବାର ସୌଭାଗ୍ୟ ପାଇବେ ଭକ୍ତ।

ଶ୍ରୀରାଧାଙ୍କୁ ପାରମ୍ପରିକ ଗହଣା ଓ ସୁବର୍ଣ୍ଣ କିରୀଟି, ମଥାମଣି, ପାଦପଦ୍ମ ଖୁଣ୍ଟିଆ ପ୍ରଭୃତି ଲାଗି ହୋଇଛି। ରାତିରୁ ମନ୍ଦିର ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତୀ କରାଯାଇଛି। ଭୋର ସମୟରୁ ବିଭିନ୍ନ ରୀତିନୀତିରେ ମନ୍ଦିରରେ ପଜା ଅର୍ଚ୍ଚନା କରାଯାଇଛି।

ମନ୍ଦିରରେ ଭକ୍ତଙ୍କ ଭିଡ଼ ଯୋଗୁଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ  ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯିବା ସହ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି।

Comment