ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଆଜି ମଧ୍ୟରାତ୍ରରୁ ୧୪୪ ଧାରା ଲାଗୁ ହେବ। ଆସନ୍ତାକାଲି ପବିତ୍ର ଅଁଳା ନବମୀ ଯୋଗୁ ଏଠାକୁ ପ୍ରବଳ ଜନ ସମାଗମ ହେବାର ସମ୍ଭାବନା ରହିଛି। ତେଣୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ଆଜି ମଧ୍ୟରାତ୍ରରୁ ମନ୍ଦିର ଚାରିପାର୍ଶ୍ଵରେ ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହେବ। ଏଥିସହ ଚନ୍ଦନ ପୋଖରୀଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ କଟକଣା ଜାରି କରାଯିବ। ଆସନ୍ତା ନଭେମ୍ବର ୨୫ ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ପ୍ରତିବର୍ଷ ଅଁଳା ନବମୀ ଅବସରରେ ପୁରୀ ସାକ୍ଷୀଗୋପାଳ ମନ୍ଦିରକୁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି। କିନ୍ତୁ ଏବର୍ଷ କରୋନା ମହାମାରୀ ଯୋଗୁ ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ କଟକଣା ଜାରି ହୋଇଛି।

Comment